Below header

ମହାନତା ଦେଖାଇଲେ ମାଷ୍ଟର ବ୍ଲାଷ୍ଟର, ଆର୍ଥିକ ଦୁର୍ବଳ ୫୬୦ ଆଦିବାସୀ ପିଲାଙ୍କୁ କଲେ ସାହାଯ୍ୟ

ବର୍ଷିୟାନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବଦାନ୍ୟତା ଦେଖାଇଛନ୍ତି। ଏମିତି ଏକ ମହତ କାମ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି। ଆର୍ଥିକ ରୂପରେ ଦୁର୍ବଳ ଥିବା ୫୬୦ ଆଦିବାସୀ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଏକ ଏନଜିଓ ସହିତ ହାତ ମିଳାଇଛନ୍ତି। ତେନ୍ଦୁଲକର ‘ଏନିଜିଓ ପରିବାର’ ସହିତ ହାତ ମିଳାଇଛନ୍ତି ଯିଏକି ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଦୁରଦରାଜ ଗାଁରେ ସେବା କୁଟୀର ନିର୍ମାଣ କରିଛନ୍ତି।

ଏହି ସେବା କୁଟୀରରେ ରହୁଥିବା ୫୬୦ ଗରିବ ଆଦିବାସୀ ପିଲାଙ୍କୁ ତେନ୍ଦୁଲକରଙ୍କ ସଂସ୍ଥା ଭୋଜନ ଏବଂ ଶିକ୍ଷା ପ୍ରଦାନ କରିବ। ଏହି ପିଲାମାନେ ମୁଖ୍ୟତଃ ବରେଲା ଭିଲ ଏବଂ ଗୋଣ୍ଡ ଜନଜାତିର ଅଟେ।

ସଚିନ ଆଦିବାସୀ ପିଲାଙ୍କ ଭବିଷ୍ୟତ ପାଇଁ ଚିନ୍ତା କରି ମହାନତାର ପ୍ରମାଣ ଦେଇଛନ୍ତି। ତେନ୍ଦୁଲକରଙ୍କୁ ଅନେକ ଥର ଏମିତି ଅସହାୟ ପିଲାଙ୍କୁ ସାହାଯ୍ୟ କରିବା କଥା କହୁଥିବାର ଲକ୍ଷ୍ୟ କରାଯାଇଛି। ସେ ବହୁତ ଥର ‘ପିଲାଙ୍କ ପ୍ରାରମ୍ଭିକ ବିକାଶ’କୁ ନେଇ କୁହନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.