Below header

ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ଶହ ଶହ ସଂଖ୍ୟାରେ ମାଓ ମେଳି, ଡ୍ରୋନରେ ହେଲା କଏଦ

ମାଲକାନଗିରି: ପୋଲିସର ଡ୍ରୋନ୍ ଅପରେସନ। ଧରାପଡିଲା ମାଓବାଦୀଙ୍କ ଗତିବିଧି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ଶହ ଶହ ସଂଖ୍ୟାରେ ମାଓ ମେଳି। ଗାଁ ଲୋକଙ୍କ ସାଥିରେ ମିଶି ପୋଲିସକୁ ଟାର୍ଗେଟ କରିବାକୁ ମାଓବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର।

ପୋଲିସର ଡ୍ରୋନ୍ କ୍ୟାମେରା ହାତରେ ଲାଗିଛି ବଡ଼ ସୁରାକ। ସୁକମା ଜିଲ୍ଲାର କିଷ୍ଟାରାମ ଜଙ୍ଗଲର ପାହାଡି ଇଲାକା ରେ ମାଓବାଦୀଙ୍କ ଏତେ ବଡ଼ ଧରଣର ମେଳି ହେଉଥିବା ସୁକମା ପୋଲିସ ହାତରେ ଧରାପଡିଛି । ଏନେଇ ସୂଚନା ଦେଇଛନ୍ତି ସୁକମା SP ସଲଭ ସିହ୍ନା। ପୋଲିସ ମଧ୍ୟ ଏହି ସୁରାକ୍ ପାଇବା ପରେ ଏକ ବଡ଼ ମାଓ ଅପରେସନ କରୁଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.