ଶ୍ରେଣୀ କକ୍ଷରେ ଶିକ୍ଷଦାନ ପାଇଁ ଜାରି ହେଲା ଏସଓପି, ୬ ଫୁଟ ବ୍ୟବଧାନ ରଖି ବସିବେ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଶ୍ରେଣୀ କକ୍ଷରେ ଶିକ୍ଷଦାନ ପାଇଁ ଜାରି ହେଲା ଏସଓପି । ଦକ୍ଷତା ତାଲିମ ଅନୁଷ୍ଠାନ, ଲ୍ୟାବ୍‌ କାର୍ଯ୍ୟ ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନର ବୈଷୟିକ ପାଠ୍ୟକ୍ରମ ପାଇଁ ଆସନ୍ତା ୨୧ରୁ ଶ୍ରେଣୀ ଶିିକ୍ଷାଦାନ ହୋଇପାରିବ । ଏଥିପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଛି । ଗାଇଡ୍‌ଲାଇନ୍‌ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୬ ଫୁଟ ବ୍ୟବଧାନ ରଖି ବସିବା ପାଇଁ ବ୍ୟବସ୍ଥା କରାଯିବ। କ୍ଲାସ୍‌ ରୁମ୍‌କୁ ନିୟମିତ ବିଶୋଧନ କରାଯିବ ।

ପୂରା ଶିକ୍ଷାଦାନ ସମୟରେ ଛାତ୍ରଛାତ୍ରୀ ମାସ୍କ ପିନ୍ଧି ବସିବେ । ନିଜନିଜ ଭିତରେ ଲ୍ୟାପଟପ୍‌, ନୋଟବୁକ୍‌ ବା ଅନ୍ୟ ପାଠ୍ୟ ଉପକରଣ ଆଦାନ ପ୍ରଦାନକୁ ବାରଣ କରାଯାଇଛି । ବ୍ୟବଧାନ ରକ୍ଷା ପାଇଁ କମ୍‌ ସଂଖ୍ୟକ ପିଲାଙ୍କୁ ନେଇ କ୍ଲାସ୍‌ ହେବ । ଆଂଶିକ ସ୍କୁଲ ଖୋଲିବା ନେଇ ଗତ ୮ ତାରିଖରେ ଏସଓପି ଜାରି କରିଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.