ସୋରଡା: ଜରାଉ ଛକ ନିକଟରୁ ଅଢେଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ୨ଗିରଫ

ସୋରଡା : ଗଞ୍ଜାମ ଜିଲ୍ଲା ସୋରଡା ଜରାଉ ଛକ ଠାରେ ଏସ୍ ଆଇ ଅରତତ୍ରଣ ଯାନୀଙ୍କ ଦ୍ଵାରା ବ୍ଲକିଙ୍ଗ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡାରୁ ବ୍ରହ୍ମପୁର ଯାଉଥିବା ଏକ ବୋଲେରୋ ଗାଡିକୁ ଅଟକାଇଥିଲେ । ସେଥିରେ ଗଞ୍ଜେଇ ଥିବା ଜାଣି ଥାନା ପରିସରକୁ ଆଣିଥିଲେ ।

ରବିବାର ଅପରାହ୍ନ ଥାନାଧିକାରୀ ରମେଶ ପ୍ରଧାନ ସାମ୍ବାଦିକ ସମିଳନୀରେ ଏନେଇ ସୂଚନା ଦେବାସହ ଏକ ବୋଲେରୋ ଗାଡି ସହିତ ଦୁଇଟି ମୋବାଇଲ ,୬୫ କେଜି ଗଞ୍ଜେଈ ଜବତ କରାଯାଇଥିବା କହିଥିଲେ । ଏହାସହ ବାଲିଗୁଡା ଥାନା ସାନକୁଶବାଲିର ସୁନୀଲ ମଲିକ ,ପ୍ରୋମଦ ଦିଗାଳକୁ ଗିରଫ କରାଯାଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.