ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ପଳାଶୁଣୀ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା ପାର ହଉଥିବା ବେଳେ ଟ୍ରକ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଦମ୍ପତି ବୋଲି ଜଣାପଡିଛି।
ଖବର ଅନୁଯାୟୀ, ପଳାଶୁଣି ଛକ ନିକଟରେ ସ୍ୱାମୀ-ସ୍ତ୍ରୀ ରାସ୍ତା ପାର୍ ହେଉଥିଲେ । ଏହି ସମୟରେ ଏକ ଟ୍ରକ୍ ଆସି ସ୍ୱାମୀ-ସ୍ତ୍ରୀଙ୍କୁ ଧକ୍କା ଦେଇଥିଲା । ଏପିରିକି ଟ୍ରକ ଧକ୍କାରେ ସ୍ତ୍ରୀଙ୍କର ପଳାଶୁଣିଛକ ନିକଟରେ ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଟ୍ରକଟି ପୁରୁଷଙ୍କୁ ୧ କିଲୋମିଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଯାଇଥିଲା । ସେପଟେ ଦୁର୍ଘଟଣା ପରେ ମହିଳାଙ୍କ ମୃତଦେହ ପଳାଶୁଣୀରେ ପଡ଼ିରହିଥିବା ବେଳେ ପୁରୁଷଙ୍କ ମୃତଦେହ ସତ୍ୟବିହାର ଛକରେ ପଡି ରହିଛି । ଟ୍ରକ୍ ଟି ଭୁବନେଶ୍ୱରରୁ କଟକ ଯାଉଥିବା ବେଳେ ଏହି ଅଘଟଣ ଘଟିଛି। ଦୁଇ ମୃତକଙ୍କ ଘର ସୋନପୁରରେ ବୋଲି ଜଣାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରହିଛି ।
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…
ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…
ଉଦ୍ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍ ମଙ୍ଗଳବାର ଭୁଶୁଡ଼ି…
କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…
ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…
ଭୁବନେଶ୍ୱର(କେନ୍ୟୁଜ୍): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…