ରାଜ୍ୟ

ପିଲାଙ୍କୁ ବଞ୍ଚାଇବାକୁ ଯାଇ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଜୀବନ ଦେଲେ ବାପା-ମା’, ତଥାପି ବଞ୍ଚାଇ ପାରିଲେନାହିଁ

କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୩ ବର୍ଷର ପୁଅ ଖେଳୁ ଖେଳୁ ଘର ନିକଟରେ ଥିବା ଏକ କୂଅରେ ପଡ଼ିଗଲା। ନିଜ ସନ୍ତାନକୁ ଉଦ୍ଧାର କରିବାକୁ ଯାଇ ମାଆ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ। ଶେଷରେ ଉଭୟ ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା।

ସୂଚନା ଅନୁସାରେ ପର୍ଜଙ୍ଗ ଥାନା ଡିହଡୋଳ ଗାଁର ନବକିଶୋର ସାହୁଙ୍କ ସ୍ତ୍ରୀ ଜୟନ୍ତୀ ସାହୁ (୨୫) ନିଜ ବାପା ଘର ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ତୋରଡ଼ାନାଳି ଗାଁକୁ ଯାଇଥିଲେ। ସେଠାରେ ଗତକାଲି ମଧ୍ୟାହ୍ନରେ ତାଙ୍କ ୩ ବର୍ଷର ପୁଅ ପ୍ରିନ୍ସ ଘର ନିକଟରେ ଖେଳୁଥିଲା। ଖେଳୁଥିବାବେଳେ କୌଣସି କାରଣରୁ ସେ ନିକଟରେ ଥିବ‌ା କୂଅରେ ପଡ଼ିଯାଇଥିଲା। ଏହା ଜାଣିବା ପରେ ଜୟନ୍ତୀ ନିଜ ଛୁଆର ଜୀବନ ରକ୍ଷା ପାଇଁ କୂଅକୁ ଡେଇଁ ପଡ଼ିଥିଲେ। ବହୁ ସମୟ ଧରି ମା ଓ ପୁଅ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜିଥିଲେ। ପରେ କୂଅ ଭିତରେ ପ୍ରିନ୍ସର ଶବ ଭାସୁଥିବା ଦେଖିଥିଲେ।

ପରିବାର ଲୋକ ଓ ଗ୍ରାମବାସୀ କୂଅରୁ ପ୍ରିନ୍ସର ମୃତଦେହ ଉଦ୍ଧାର କରିବାବେଳେ ମା’ ଜୟନ୍ତୀଙ୍କ ମୃତଦେହ ମଧ୍ୟ ପାଇଥିଲେ। ଖବର ପ‌ାଇ ମହାବିରୋଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପର୍ଜଙ୍ଗ ଡାକ୍ତରଖାନା ପଠାଇଛି। ଏ ନେଇ ପର୍ଜଙ୍ଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

ବାପ,ପୁଅଙ୍କ ସଲିଳ ସମାଧି

ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବଡ଼ସାହି ବ୍ଲକ ମାଣତ୍ରି ଗାଁର ଗଣେଶ୍ବର ଦେହୁରୀ ଓ ତାଙ୍କର ୧୦ବର୍ଷର ପୁଅ ପିଙ୍କୁ ସ୍ଥାନୀୟ ଶିବ ମନ୍ଦିର ନିକଟସ୍ଥ ଜଳାଶୟକୁ ଗତକାଲି ଦିନ ୨ଟାରେ ଗାଧୋଇବାକୁ ଯାଇଥିଲେ। ହେଲେ ଦୀର୍ଘ ସମୟ ଯାଏ ଘରକୁ ନ ଫେରିବାରୁ ଲୋକେ ଖୋଜାଖୋଜି କରିଥିଲେ। ଜଳାଶୟ ପାଖରେ ବାଇକ୍ ଥିବାରୁ କାଳେ ପାଣିରେ ବୁଡ଼ିଯାଇଥିବେ ବୋଲି ସନ୍ଦେହ କରାଯାଇଥିଲା।

ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଖୋଜାଖୋଜି କରିଥିଲେ ମଧ୍ୟ ଉଦ୍ଧାର କରି ପାରି ନଥିଲେ। ତେବେ  ସକାଳୁ ସ୍ଥାନୀୟ ଲୋକେ ପୁଣି ଖୋଜାଖୋଜି କରିବା ପରେ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ମୃତଦେହ ଉଦ୍ଧାର ବେଳେ ଗାଁରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଥିଲା। ବାପପୁଅଙ୍କୁ କୁଣ୍ଢାକୁଣ୍ଢି ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

 

Sonalisa

Recent Posts

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଟିମ୍‌ ଉପରକୁ ଉଗ୍ରବାଦୀଙ୍କ ଗୁଳିମାଡ଼, ୨ ଯବାନ ଆହତ

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂଙ୍କ ସୁରକ୍ଷା ଟିମ୍‌ ଉପରକୁ ଗୁଳିମାଡ଼ । ସନ୍ଦିଗ୍ଧ ଉଗ୍ରବାଦୀମାନେ ଏହି ଗୁଳିମାଡ଼ କରିଥିବା…

8 mins ago

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର । ଜଣେ ଅଭିଜ୍ଞ, ବରିଷ୍ଠ ସାଂସଦ ହେଉଛନ୍ତି କଟକ ସାଂସଦ…

15 mins ago

ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ : ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ; ସ୍ଥିତି ଉପରେ ଲଗାତାର ନଜର

ଜମ୍ମୁ କଶ୍ମୀର ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀ ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ କରିବା ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା…

21 mins ago

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର, ବରଯାତ୍ରୀ ମାତା ପାର୍ବତୀଙ୍କ ପିତ୍ରାଳୟ ଅଭିମୁଖେ ଗମନ କରିବେ

ଶୀତଳ ଷଷ୍ଠୀ ପାଇଁ ଉତ୍ସବ ମୁଖର ସମ୍ବଲପୁର ସହର  l ଆଜି ମଧ୍ୟ ରାତ୍ରରେ ଦେବ ଦେବ ମହାଦେବଙ୍କ ବରଯାତ୍ରୀ…

41 mins ago

ପ୍ରଧାନମନ୍ତ୍ରୀ ହେବା ପରେ ମୋଦିଙ୍କ ପ୍ରଥମ ନିଷ୍ପତ୍ତି, ଚାଷୀଙ୍କ ପାଇଁ ଜାରି କଲେ ୨୦,୦୦୦ କୋଟି ଟଙ୍କା

ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ପିଏମ୍‌ ନରେନ୍ଦ୍ର ମୋଦି ନିଜର ପ୍ରଥମ ନିଷ୍ପତ୍ତି…

57 mins ago

ଟି୨୦ ବିଶ୍ୱକପ ୨୦୨୪ : ପାକିସ୍ତାନ ହାରିବା ପରେ ମଇଦାନରେ କାନ୍ଦି ପକାଇଲେ ନସିମ, ରୋହିତ ଦେଲେ ସାନ୍ତ୍ୱନା

ଟି୨୦ ବିଶ୍ୱକପରେ ବିରାଟ କୋହଲଙ୍କୁ ନିଜ ପ୍ରଥମ ଓଭରରେ ଆଉଟ କରିବା ଦୁନିଆର ସମସ୍ତ ବୋଲରଙ୍କ ପାଇଁ ସ୍ୱପ୍ନ ।…

1 hour ago