Categories: ରାଜ୍ୟ

ଶ୍ୱଶୁର-ବୋହୂର ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା, କେହି ବିଶ୍ୱାସ ନକରିବାରୁ ନିଜ ଭିଡଓକୁ ଭାଇରାଲ କଲେ ମହିଳା

ପୁରୀ(କେନ୍ୟୁଜ୍): ପୁରୀ ଜିଲ୍ଲାର ପିପିଲି ଥାନା ଅଞ୍ଚଳରେ ଜଣେ ବୋହୂକୁ ଶ୍ୱଶୁର ଅସଦାଚରଣ କରିଥିବାର ଘଟଣା ଏବେ ଚାଞ୍ଚଲ୍ୟ ଖେଳାଇଛି। ଏହି ଘଟଣାର ଭିଡିଓ ଏବେ ବିଭିନ୍ନ ମୋବାଇଲକୁ ଘୁରି ବୁଲୁଥିବାର ଜଣାଯାଇଛି। ଏହି ଘଟଣା ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଗାଁର । ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଶ୍ୱଶୁର ପଞ୍ଚୁ ମଲ୍ଲିକ (୭୬)ତାଙ୍କୁ ନିୟମିତଭାବେ ଅସଦାଚରଣ କରିବାଲାଗି ଅଶ୍ଳୀଳ ଇଙ୍ଗିତ ଦେଉଥିଲେ। ଶେଷରେ ସେ ନିଜର କାମଲାଳସା ମେଣ୍ଟାଇବାରେ ସଫଳ ହୋଇଥିଲେ। ଆଉ ଏସବୁର ଭିଜୁଆଲକୁ ନିଜ ମୋବାଇଲରେ ରେକର୍ଡିଂ କରିଛନ୍ତି ପୀଡ଼ିତା ବୋହୂ । ଅଭିଯୋଗ ଅନୁଯାୟୀ ଘରେ ସ୍ୱାମୀ ରହୁ ନଥିବାର ସୁଯୋଗ ନେଇ ଶ୍ୱଶୁର ଜଣକ ପୂର୍ବରୁ ଅନେକ ଥର ବୋହୂଙ୍କୁ ଏଭଳି ନିର୍ଯ୍ୟାତନା ଦେଇଆସୁଥିଲେ । କିନ୍ତୁ ଏନେଇ ବୋହୂ ସ୍ୱାମୀ ଓ ପରବାରବର୍ଗଙ୍କୁ ଜଣାଇଥିଲେ ମଧ୍ୟ ଏହାକୁ କେହି ବିଶ୍ୱାସ କରିନଥିଲେ । ଶେଷରେ ପ୍ରମାଣ ପାଇଁ ଏକ ଭିଡିଓ ସୁଟ୍ କରିଛନ୍ତି ପୀଡ଼ିତା ।

ଅଭିଯୁକ୍ତ ପଞ୍ଚୁ ମଲ୍ଲିକ ଜଣେ ଅବସରପ୍ରାପ୍ତ ଆରପିଏଫ୍ ଇନସ୍ପେକ୍ଟର। ତାଙ୍କ ପୁଅ ତଥା ପୀଡ଼ିତାଙ୍କ ସ୍ବାମୀ ରେଳବାଇରେ ଚାକିରୀ କରୁଥିବା ହେତୁ ଓଡ଼ିଶା ବାହାରେ ରହନ୍ତି। ପୀଡ଼ିତାଙ୍କର ଏକ ୨ବର୍ଷର ପୁଅଟିଏ ଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାବେଳେ ପୀଡ଼ିତା ପିପିଲି ଥାନାରେ ଅଭିଯୋଗ କରିବାପରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଅଭିଯୁକ୍ତ ଶ୍ୱଶୁରଙ୍କୁ ଗିରଫ କରାଯାଇନାହିଁ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago