ରାଜ୍ୟ

ପରଲୋକରେ ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀ, ଓଡ଼ିଆ ଚଳଚ୍ଚିତ୍ରର ଥିଲେ ପ୍ରଥମ ନାରୀ ଗୀତିକାର

କେନ୍ୟୁଜ୍(ବ୍ୟୁରୋ): ପ୍ରଖ୍ୟାତ ଗୀତିକାର ବିନୋଦିନୀ ଦେବୀଙ୍କ ପରଲୋକ। ୮୬ ବର୍ଷ ବୟସରେ ଅନୁଗୁଳ ଠାରେ ତାଙ୍କର ଦେହାନ୍ତ ହୋଇଛି। ମସ୍ତିଷ୍କାଘାତରେ ଦୀର୍ଘଦିନ ଧରି ସେ ଶଯ୍ୟାଶାୟୀ ଥିଲେ। ୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆ ଠାରେ ଜନ୍ମଗ୍ରହଣ କରିଥିଲେ ବିନୋଦିନୀ ଦେବୀ। ଓଡ଼ିଆ ସୁଗମ ଏବଂ ଚଳଚ୍ଚିତ୍ର ସଂଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ଥିଲେ । ୧୯୬୫ ମସିହାରେ ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ରଚନା ଆରମ୍ଭ କରିଥିଲେ। ସେ ଓଡ଼ିଆ ଚଳଚ୍ଚିତ୍ରର ପ୍ରଥମ ନାରୀ ଗୀତିକାର।

୧୯୫୮ ମସିହାରୁ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ ବିନୋଦିନୀ ଦେବୀ। ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଧରି ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଅନ୍ୟ ପ୍ରସାରଣ ମାଧ୍ୟମ ପାଇଁ ଗୀତ ରଚନା କରିଛନ୍ତି। ୧୯୭୮ରେ ‘ତଅପୋଇ’, ୧୯୭୯ରେ ‘ଶ୍ରୀଜଗନ୍ନାଥ’, ୧୯୮୩ରେ ‘ମହାସତୀ ସାବିତ୍ରୀ’ ଓ ୨୦୦୭ରେ ‘ଜୟ ଜଗନ୍ନାଥ’ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରି ସେ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ। ତାଙ୍କ ରଚିତ କବିତାରେ ଓଡ଼ିଆ ଲୋକଭାଷା ଓ ଲୋକକଳ୍ପନାର ଚମତ୍କାର ଶବ୍ଦ ରସାୟନ ସବୁ ରହିଛି ।

ସେ ଲେଖିଥିବା ଗୀତ ମଧ୍ୟରେ ‘ଚୋରାବାଲିରେ’, ‘ରକତ ଟଳମଳ ଖଇର ପାଞ୍ଚପଳ’, ‘ମୁଁ ଯେ ଭରା ବସନ୍ତ ଶାଖାରେ ଏକାକୀ କଜଳ ପାତି’, ‘ମୁଁ ତୁମ ବଧୂ ନୁହେଁ ବନ୍ଧୁ’, ‘କାଳିଆ ଆସିଲା’, ‘ନିରିମାଖୀ କୁଆଁରୀ ମୁଁ’ ଓ ‘ଏଇ କଳା ମୋର କଳଙ୍କ’ ଆଦି ଏବେ ବି ସିନେପ୍ରେମୀଙ୍କୁ ଆନମନା କରେ। ବିନୋଦିନୀ ଦେବୀ ଜଣେ ଉଚ୍ଚକୋଟିର ସାହିିତ୍ୟିକା ମଧ୍ୟ ଥିଲେ। ତାଙ୍କ ରଚିତ ଶିଶୁଗୀତି ସଙ୍କଳନ ‘ଖୋକାଟିଏ ଖୋକିଟିଏ’ ଭକ୍ତିଗୀତି ସଙ୍କଳନ ‘ଅମୃତା’ , ଶିଶୁଗୀତି ସଙ୍କଳନ ଟିକି ଟିକି ନାଲି କାଇଁଚ , ଆଧୁନିକ ଗୀତ ସଂକଳନ ‘ଏଇ କଳା ମୋର କଳଙ୍କ’ ଆଦି ପାଠକ ମହଲରେ ବେଶ ଆଦୃତ ହୋଇଥିଲା। ୨୦୨୦ ମସିହାରେ ‘କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା ପାଇଥିଲେ ବିନୋଦିନୀ ଦେବୀ

Sasmita

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

6 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago