Categories: ରାଜ୍ୟ

କଟକରେ ଓକିଲଙ୍କୁ ପୋଲିସର ଆକ୍ରମଣ ମାମଲା, ଆଜିଠୁ ଜୋରଦାର ଆନ୍ଦୋଳନ କରିବେ ଆଇନଜୀବୀ

କଟକ(କେନ୍ଯୁଜ୍) : କଟକରେ ପୋଲିସର ଆକ୍ରମଣ ଘଟଣାରେ ଆନ୍ଦୋଳନକୁ ଜୋରଦାର କରିବେ ଆଇନଜୀବୀ । ଆଜିଠୁ କଟକର ସବୁ ସରକାରୀ ଅଫିସକୁ ବନ୍ଦ କରାଯିବ । ସେହିପରି ଆସନ୍ତା ଗୁରୁବାର ନବୀନ ନିବାସ ଯାଇ ଆଇନଜୀବୀମାନେ ଦାବିପତ୍ର ପ୍ରଦାନ କରିବେ । ଏଥିରେ ପ୍ରାୟ ୨ ହଜାର ଆଇନଜୀବୀ ସାମିଲ ହେବେ । ଗତକାଲି ଆଇନଜୀବୀଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । କଟକ ନୂଆବଜାର ଓଭରବ୍ରିଜ ନିକଟରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ଜଣେ ହାବିଲଦାର ଓ ୨ ଜଣ କନେଷ୍ଟବଳଙ୍କୁ ସସପେଣ୍ଡ କରାଯାଇଛି । ତେବେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ୨୯ ତାରିଖରୁ ଆଇନଜୀବୀମାନେ କାର୍ଯ୍ଯବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଅଭିଯୁକ୍ତମାନେ ଗିରଫ ନ ହେବା ଯାଏ ଅସହଯୋଗ ଆନ୍ଦୋଳନ ଚାଲିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ କହିଛି ।

ରାଜ୍ୟର ସବୁ ବାର୍‌ ଆସୋସିଏସନ ଏହି ଆନ୍ଦୋଳନକୁ ସମର୍ଥନ ଜାରି ରଖିବାକୁ ନିବେଦନ କରାଯାଇଛି । ସେପଟେ ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହେବାର ଥିବା ବେଳେ କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲ ଷ୍ଟାଟସ ରିପୋର୍ଟ ଧରି କୋର୍ଟ ଆସିଥିଲେ । ମୁଖ୍ୟ ବିଚାରପତିଙ୍କ ଅନୁପସ୍ଥିତିରେ ମାମଲାଟି ଅନ୍ୟ ଖଣ୍ଡପୀଠକୁ ଯାଇଥିଲେ ମଧ୍ଯ ଶୁଣାଣି ପାଇଁ ଆସନ୍ତା ବୁଧବାରକୁ ଧାର୍ଯ୍ଯ କରାଯାଇଛି । ସେଦିନ ଏହି ମାମଲାରେ ପୁଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି କରାଯିବ ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

4 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

7 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

7 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

7 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

8 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

8 hours ago