କଟକରେ ଓକିଲଙ୍କୁ ପୋଲିସର ଆକ୍ରମଣ ମାମଲା, ଆଜିଠୁ ଜୋରଦାର ଆନ୍ଦୋଳନ କରିବେ ଆଇନଜୀବୀ

କଟକ(କେନ୍ଯୁଜ୍) : କଟକରେ ପୋଲିସର ଆକ୍ରମଣ ଘଟଣାରେ ଆନ୍ଦୋଳନକୁ ଜୋରଦାର କରିବେ ଆଇନଜୀବୀ । ଆଜିଠୁ କଟକର ସବୁ ସରକାରୀ ଅଫିସକୁ ବନ୍ଦ କରାଯିବ । ସେହିପରି ଆସନ୍ତା ଗୁରୁବାର ନବୀନ ନିବାସ ଯାଇ ଆଇନଜୀବୀମାନେ ଦାବିପତ୍ର ପ୍ରଦାନ କରିବେ । ଏଥିରେ ପ୍ରାୟ ୨ ହଜାର ଆଇନଜୀବୀ ସାମିଲ ହେବେ । ଗତକାଲି ଆଇନଜୀବୀଙ୍କ ମିଳିତ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । କଟକ ନୂଆବଜାର ଓଭରବ୍ରିଜ ନିକଟରେ ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କୁ ଆକ୍ରମଣ ଘଟଣାରେ ଜଣେ ହାବିଲଦାର ଓ ୨ ଜଣ କନେଷ୍ଟବଳଙ୍କୁ ସସପେଣ୍ଡ କରାଯାଇଛି । ତେବେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ୨୯ ତାରିଖରୁ ଆଇନଜୀବୀମାନେ କାର୍ଯ୍ଯବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଅଭିଯୁକ୍ତମାନେ ଗିରଫ ନ ହେବା ଯାଏ ଅସହଯୋଗ ଆନ୍ଦୋଳନ ଚାଲିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ କହିଛି ।

police3ରାଜ୍ୟର ସବୁ ବାର୍‌ ଆସୋସିଏସନ ଏହି ଆନ୍ଦୋଳନକୁ ସମର୍ଥନ ଜାରି ରଖିବାକୁ ନିବେଦନ କରାଯାଇଛି । ସେପଟେ ଆଜି ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହେବାର ଥିବା ବେଳେ କ୍ରାଇମବ୍ରାଞ୍ଚ ଡିଆଇଜି ହିମାଂଶୁ ଲାଲ ଷ୍ଟାଟସ ରିପୋର୍ଟ ଧରି କୋର୍ଟ ଆସିଥିଲେ । ମୁଖ୍ୟ ବିଚାରପତିଙ୍କ ଅନୁପସ୍ଥିତିରେ ମାମଲାଟି ଅନ୍ୟ ଖଣ୍ଡପୀଠକୁ ଯାଇଥିଲେ ମଧ୍ଯ ଶୁଣାଣି ପାଇଁ ଆସନ୍ତା ବୁଧବାରକୁ ଧାର୍ଯ୍ଯ କରାଯାଇଛି । ସେଦିନ ଏହି ମାମଲାରେ ପୁଣି ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଶୁଣାଣି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.