ଅଶାନ୍ତ କ୍ଯାମ୍ପସ୍

ଭୁବନେଶ୍ବର(କେନ୍ଯୁଜ୍) : ପୁଣି ଅଶାନ୍ତ ହୋଇଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌-ଧସ୍ତାଧସ୍ତି ହୋଇଛନ୍ତି  । ପୋଲିସ ୨ଜଣ ଛାତ୍ରଙ୍କୁ ଅଟକ ରଖିଛି । ଉତ୍ତେଜନା ଲାଗିରହିଥିବାରୁ କ୍ୟାମ୍ପସ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଦୁଇ ସପ୍ତାହ ହେବ ବିଶ୍ୱବିଦ୍ୟାଳୟରେ ଥିବା ଫାର୍ମାସୀ ବିଭାଗର ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ ଚଳାଇଛନ୍ତି । ତେବେ ଗତକାଲି କେତେକ ଅଣଛାତ୍ର ଆସି ଗେଟ୍‌ ଖୋଲିବାକୁ କହିଥିଲେ । ତେବେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ଫାଟକ ଖୋଲିବାକୁ ଅରାଜି ହେବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ କରିଥିଲା ।

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

sambalpurସମ୍ବଲପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। ୨ଜଣ ଛାତ୍ରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏମ୍‌ଫିଲର ୨ଜଣ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ରଜତ କୁଜୁର କିଛି ଅଣଛାତ୍ରଙ୍କ ସହ ମିଶି ମାଡ ମାରିଥିବା ଅଭିଯୋଗ ହୋଇଛି। ଏନେଇ ଛାତ୍ରମାନେ ଅଧ୍ୟାପକଙ୍କ ନାଁରେ ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ଆହତ ଛାତ୍ରଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଅନ୍ୟପକ୍ଷରେ ଅଧ୍ୟାପକ ରଜତ କୁଜୁର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଛାତ୍ରମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ ମାରିଥିବା ନେଇ ଅଧ୍ୟାପକ ପାଲଟା ଅଭିଯୋଗ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.