Below header

ଏସିଆ କପ୍‌ରେ ଆଜି ଭାରତ-ଆଫଗାନିସ୍ତାନ ମଧ୍ଯରେ ଲଢ଼େଇ

ଦୁବାଇ(କେନ୍ଯୁଜ୍) : ଏସିଆ କପ୍‌ରେ ଆଜି ଭାରତ-ଆଫଗାନିସ୍ତାନ ଲଢ଼େଇ । ସୁପର୍‌ ଫୋର୍‌ ମୁକାବିଲାର ଆଉ ଏକ ମ୍ୟାଚ୍‌ । ଏହି ମ୍ୟାଚ୍‌ ଟିମ୍‌ ଇଣ୍ଡିଆ ପାଇଁ ବେଶୀ ଗୁରୁତ୍ୱ ରଖୁ ନାହିଁ । କାରଣ ପାକିସ୍ତାନକୁ ହରାଇ ପ୍ରଥମ ଦଳ ଭାବେ ଏସିଆ କପ୍‌ ଫାଇନାଲ୍‌ରେ ସ୍ଥାନ ପକ୍କା କରି ସାରିଛି ଭାରତ । ତେଣୁ ଆଜିର ମ୍ୟାଚ୍‌ରେ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ମିଳିପାରେ । ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରି ପାରନ୍ତି ରୋହିତ ଶର୍ମା । ଶିଖର ଧଓ୍ଵନଙ୍କ ସ୍ଥାନରେ ଖେଳି ପାରନ୍ତି ଲୋକେଶ ରାହୁଲ । ସେହିପରି ମନୀଷ ପାଣ୍ଡେଙ୍କୁ ବି ସୁଯୋଗ ମିଳିପାରେ ।

Afghanistanସେପଟେ ଭାରତକୁ ହରାଇ ଫାଇନାଲ୍‌ ଖେଳିବାକୁ ଆଶା ରଖିଛି ଆଫଗାନିସ୍ତାନ । ପୂରା ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଛି ଦଳ । ତେବେ ଗତ ଦୁଇଟି ମ୍ୟାଚ୍‌ରେ ଶେଷ ମୁହୂର୍ତ୍ତରେ ଦଳ ପରାଜିତ ହୋଇଛି । ତେଣୁ ଆଜିର ମ୍ୟାଚ୍‌ରେ ବି ଭାରତକୁ କଡ଼ା ଟକ୍କର ଦେବାକୁ ଚେଷ୍ଟା କରିବ ଆଫଗାନିସ୍ତାନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.