Below header

ଅଧାରେ ରହିଗଲା ଅସ୍ଥି ବିସର୍ଜନ, ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ

ପୁରୀ(କେନ୍ଯୁଜ୍) : ଏମିତି ବି ଆସେ ମୃତ୍ୟୁ । ଜଣଙ୍କର ମୃତ୍ୟୁ ପରେ ଅସ୍ଥି ନେଇ ବିସର୍ଜନ ପାଇଁ ପୁରୀ ଯାଉଥିଲେ ହେଲେ ନିଜେ ପାଲଟିଗଲେ ଗୋଟେ ଗୋଟେ ଶବ। ମଝି ରାସ୍ତାରେ ଆସିଲା ମୃତ୍ୟୁ । ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ । ୨ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ପୁରୀ ସୁକଳ ଭାଇଲିପୁର ନିକଟରେ । ଅସ୍ଥି ବିସର୍ଜନ ପାଇଁ ଗଞ୍ଜାମ ପାତ୍ରପୁର ବ୍ଲକ ଲାଲକମାନ୍‌ଗାଁଓର ଗୋଟିଏ ପରିବାର ଲୋକେ ଦୁଇଟି ବୋଲେରୋରେ ପୁରୀ ଆସୁଥିଲେ । ସୁକଳ ଭାଇଲିପୁର ନିକଟକରେ ବୋଲେରୋଟି ଭାରସାମ୍ୟ ହରାଇ ଏକ ନାଳ ଭିତରକୁ ପଶି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ଆହତ ଦୁଇ ଜଣଙ୍କୁ ଚନ୍ଦନପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ହେଉଛନ୍ତି କେ.କ୍ରିଷ୍ଣା, ଜଗଦୀଶ, କେ. ଓ୍ଵାୟାବତୀ, ଅବନାନ ଓ ୟାମାବତୀ ।

naveen-patnaikତେବେ ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.