କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୫୮ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍‌

ଭୁବନେଶ୍ୱର(କେନ୍ଯୁଜ୍) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା ୫୮ତମ ଜାତୀୟ ଓପନ୍‌ ଆଥଲେଟିକ୍ସ ଚାମ୍ପିୟନସିପ୍‌। ଯେଉଁଥିରେ ଓଡିଶାରୁ ଭାଗ ନେଇଥିବା ଅମୀୟ ମଲ୍ଲିକ୍ ୧୦୦ମିଟର ଦୌଡରେ ସେମିଫାଇନାଲକୁ ଉତ୍ତିର୍ଣ୍ଣ ହୋଇଛନ୍ତି । ୪ ଦିନ ଧରି ଏହି ଚାମ୍ପିଅନସିପ୍‌ ଚାଲିବ ।

amiyaଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ଓଡ଼ିଶାର ୧୬ଜଣ ପ୍ରତିଯୋଗୀଙ୍କ ସହ ଦେଶର ୬ ଶହରୁ ଅଧିକ ଆଥଲେଟ୍‌ । ଜାପାନର ୩ ଜଣ ଆଥଲେଟ୍‌ ବି ଏଥିରେ ଭାଗ ନେଇଛନ୍ତି। ଦୁଇଟି ପର୍ଯ୍ଯାୟରେ ମ୍ୟାଚ୍‌ ଖେଳାଯିବ। ଓଡ଼ିଶାର ଦୁଇ ଅନ୍ତର୍ଜାତୀୟ ଆଥଲେଟ୍ ଜଉନା ମୁର୍ମୁ ଓ ପୂର୍ଣ୍ଣିମା ହେମ୍ବ୍ରମ୍‌  ଓଏନ୍‌ଜିସିର ପ୍ରତିନିଧିତ୍ୱ କରିବେ। ଜଉନା ଉଭୟ ୪୦୦ମିଟର ଓ ୪୦୦ମିଟର ବାଧାଦୌଡରେ ଭାଗନେବ। ପୂର୍ଣ୍ଣିମା ହେପ୍ପାଥଲନରେ ପ୍ରତିଦ୍ୱନ୍ଦିତା କରିବେ। ଓଡ଼ିଶା ସରକାର ଓ ଆଥଲେଟିକ୍‌  ଫେଡେରସନ୍‌  ଅଫ୍‌  ଇଣ୍ଡିଆ ଏବଂ ଓଡ଼ିଶା ଆଥଲେଟିକ୍‌  ଆସୋସିଏସନ୍‌ର ମିଳିତ ସହଯୋଗରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.