ରାଜ୍ୟ

ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ଝଲସିଲା ମାଁ ତାରା ତାରିଣୀ ମନ୍ଦିର, ଜମିଲା ଭକ୍ତଙ୍କ ଗହଳି

ବ୍ରହ୍ମପୁର (କେ ନ୍ୟୁଜ୍) : ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଶକ୍ତି ପୀଠ ମାଁ ତାରା ତାରିଣୀ ମନ୍ଦିର ଆଲୁଅରେ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ଝଲସି ଉଠିଥିଲା । ଆଲୁଅର ସୁନ୍ଦର ସମ୍ଭାରକୁ ଦେଖି ପର୍ଯ୍ୟଟକ ଓ ଭକ୍ତଙ୍କ ମନ ଖୁସିରେ ପ୍ରଫୁଲ୍ଲିତ ହୋଇଉଠିଥିଲା ।ଗଂଜାମ ଜିଲ୍ଲା ରୁଷିକୁଲ୍ୟା ନଦୀ ନିକଟରେ ଥିବା ପାହାଡ଼ ଶିଖରରେ ମାଁଙ୍କ ମନ୍ଦିର। ମାଁଙ୍କ ମନ୍ଦିର କୁ ଯିବା ପାଇଁ ନଅ ଶହ ଅନେଶ୍ବତ ପାହାଚ ଚଢି ଯିବାକୁ ହୁଏ। ଏହାସହ ପାହାଡ ଉପରକୁ ଯିବା ପାଇଁ ପକ୍କା ରାସ୍ତା ଓ ରୋପେଓ ବ୍ୟବସ୍ଥା ହୋଇଛି ।

ତାରା ତାରିଣୀ ମନ୍ଦିର ଓ ଏଠିକାର ଅପରୂପ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ସମଗ୍ର ଭାରତରୁ ପର୍ଯ୍ୟଟକ ଛୁଟି ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୀଠର ଉନ୍ନତି ପାଇଁ ପଦକ୍ଷେପ ନେଇଛନ୍ତି । କିଛି ଦିନ ତଳେ 5 Tସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଅଚାନକ ତାରା ତାରିଣୀ ମନ୍ଦିରରେ ପହଞ୍ଚି ସମଗ୍ର ଦେଶରେ ଏହାର କିପରି ସ୍ବତନ୍ତ୍ରତା ରଖାଯିବ ସେଥିପାଇଁ ଦୃଷ୍ଟି ଦେଇଥିଲେ । ମନ୍ଦିର ରୁ ଯିବା ପରେ ରାଜ୍ୟ ସରକାର ଅନୁଦାନ ମଧ୍ୟ ଘୋଷଣା କରିଥିଲେ । ତେବେ କେହି କିଛି ଭାବିବା ପୂର୍ବରୁ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ରେ ହିଁ ଆକର୍ଷଣୀୟ ଲାଇଟ୍ ରେ ସଜାଜିବା ସହ ଭକ୍ତଙ୍କ ସମାଗମ ଦୃଷ୍ଟିରୁ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ୍ ବ୍ୟବସ୍ଥା ଅତି ସୁନ୍ଦର ଭାବରେ ଯେଉଁ ପରି କରାଯାଇଛି ତାହା ପ୍ରଶଂସନୀୟ ହୋଇଛି ।

ଚୈତ୍ର ମାସ ମାଁ ଙ୍କ ମୁଖ୍ୟ ମାସ ରୂପେ ବିବେଚିତ ହୋଇଥାଏ । ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ମନ୍ଦିର ପାଇଁ ତୁରନ୍ତ ପଦକ୍ଷପ ନେଇଥିବା ଯୋଗୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5Tସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ପ୍ରଶଂସା କରାଯାଉଛି। ଏପରିକି ମନ୍ଦିର ସୌନ୍ଦର୍ଯ୍ୟ କୁ ନେଇ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍ କରି ପ୍ରଶଂସା କରିଛନ୍ତି।

Sonalisa

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

15 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

22 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

38 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

44 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

57 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago