Categories: ରାଜ୍ୟ

ପ୍ରଥମ ଦିନରେ ନାକେଦମ କଲା ଟ୍ରାଫିକ ଧରପଗଡ଼: ୫ହଜାର ୪୭୪ ଗାଡି ଯାଞ୍ଚ, ଗିରଫ ହେଲେ ୧୭୮ଜଣ ମଦ୍ୟପ

ଭୁବନେଶ୍ବର: ସାରା ରାଜ୍ୟରେ ପୁଣି କଡାକଡି ହୋଇଛି ଟ୍ରାଫିକ ନିୟମ । ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ପ୍ରଥମ ଦିନରେ ୫ହଜାର ୪୭୪ ଗାଡି ଯାଞ୍ଚ କରାଯାଇଛି। ଗିରଫ ହୋଇଛନ୍ତି ୧୭୮ଜଣ ମଦ୍ୟପ। ଏନେଇ ପୋଲିସ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କଠାରୁ ୪ଲକ୍ଷ ୫୬ହଜାର ଟଙ୍କା ଆଦାୟ କରାଯାଇଛି। ଆଜି ମଧ୍ୟ ଜାରି ରହିବ ଜୋରଦାର ଧରପଗଡ। ଗତକାଲି ପୋଲିସ ଚେକିଂ ବେଳେ ଜଣେ ମହିଳା ଏହାର ବିରୋଧ କରିଥିଲେ। କହିଥିଲେ ଗାଡ଼ି ବିକି ଦେବି ପଛେ ଫାଇନ ଦେବିନି । ହେଲେ ହେଲମେଟ୍‌ ନପିନ୍ଧି ଗାଡି ଚଳାଇବାରୁ ତାଙ୍କୁ ଏକ ହଜାର ଟଙ୍କା ଫାଇନ୍‌ ଗଣିବାକୁ ପଡିଛି।

ସେହିଭଳି କଟକ ମଧୁପାଟଣା ଛକରେ ଟ୍ରାଫିକ ନିୟମ ଭାଙ୍ଗିବାରୁ ୬ ହଜାର ଟଙ୍କା ଫାଇନ୍‌ ଦେବାକୁ ପଡିଥିଲା । ପୁଅ ଗାଡି ଚଳାଇବାବେଳେ ମୋବାଇଲରେ ଗପୁଥିଲେ । ଏହା ସହ ହେଲମେଟ ମଧ୍ୟ ପିନ୍ଧିନଥିଲେ । ଫଳରେ ବାପାଙ୍କୁ ତଣ୍ଡ ଗଣିବାକୁ ପଡିଥିଲା । ବାପାଙ୍କଠୁ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ନାବାଳକ ଗା଼ଡ଼ି ଚଳାଇ ନିୟମ ଉଲ୍ଲଙ୍ଘନ କଲେ ସେ କ୍ଷେତ୍ରରେ ଅଭିଭାବକ କିମ୍ବା ଗାଡ଼ି ଚାଳକ ଦୋଷୀ ସାବ୍ୟସ୍ତ ହେବେ। ଏଭଳି କ୍ଷେତ୍ରରେ ତିନିବର୍ଷ ଜେଲ ଦଣ୍ଡ ସହ ୨୫ହଜାର ଟଙ୍କା ପର‌୍ୟ୍ୟନ୍ତ ଜରିମାନା ଲାଗି ହେବ। ଏହାସହ ନାବାଳକ ଚାଳକଙ୍କୁ ଜୁଭେନାଇ ଆଇନ ଅନୁସାରେ ଦଣ୍ଡ ସହ ଗାଡ଼ିର ପଞ୍ଜୀକରଣ ମଧ୍ୟ ରଦ୍ଦ ହେବାର ନିୟମ ରହିଛି।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

22 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

23 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago