Below header

ପ୍ରଥମ ଦିନରେ ନାକେଦମ କଲା ଟ୍ରାଫିକ ଧରପଗଡ଼: ୫ହଜାର ୪୭୪ ଗାଡି ଯାଞ୍ଚ, ଗିରଫ ହେଲେ ୧୭୮ଜଣ ମଦ୍ୟପ

ଭୁବନେଶ୍ବର: ସାରା ରାଜ୍ୟରେ ପୁଣି କଡାକଡି ହୋଇଛି ଟ୍ରାଫିକ ନିୟମ । ଉଲଂଘନକାରୀଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ପ୍ରଥମ ଦିନରେ ୫ହଜାର ୪୭୪ ଗାଡି ଯାଞ୍ଚ କରାଯାଇଛି। ଗିରଫ ହୋଇଛନ୍ତି ୧୭୮ଜଣ ମଦ୍ୟପ। ଏନେଇ ପୋଲିସ ଡିଜି ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କଠାରୁ ୪ଲକ୍ଷ ୫୬ହଜାର ଟଙ୍କା ଆଦାୟ କରାଯାଇଛି। ଆଜି ମଧ୍ୟ ଜାରି ରହିବ ଜୋରଦାର ଧରପଗଡ। ଗତକାଲି ପୋଲିସ ଚେକିଂ ବେଳେ ଜଣେ ମହିଳା ଏହାର ବିରୋଧ କରିଥିଲେ। କହିଥିଲେ ଗାଡ଼ି ବିକି ଦେବି ପଛେ ଫାଇନ ଦେବିନି । ହେଲେ ହେଲମେଟ୍‌ ନପିନ୍ଧି ଗାଡି ଚଳାଇବାରୁ ତାଙ୍କୁ ଏକ ହଜାର ଟଙ୍କା ଫାଇନ୍‌ ଗଣିବାକୁ ପଡିଛି।

traffic fineସେହିଭଳି କଟକ ମଧୁପାଟଣା ଛକରେ ଟ୍ରାଫିକ ନିୟମ ଭାଙ୍ଗିବାରୁ ୬ ହଜାର ଟଙ୍କା ଫାଇନ୍‌ ଦେବାକୁ ପଡିଥିଲା । ପୁଅ ଗାଡି ଚଳାଇବାବେଳେ ମୋବାଇଲରେ ଗପୁଥିଲେ । ଏହା ସହ ହେଲମେଟ ମଧ୍ୟ ପିନ୍ଧିନଥିଲେ । ଫଳରେ ବାପାଙ୍କୁ ତଣ୍ଡ ଗଣିବାକୁ ପଡିଥିଲା । ବାପାଙ୍କଠୁ ୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ନାବାଳକ ଗା଼ଡ଼ି ଚଳାଇ ନିୟମ ଉଲ୍ଲଙ୍ଘନ କଲେ ସେ କ୍ଷେତ୍ରରେ ଅଭିଭାବକ କିମ୍ବା ଗାଡ଼ି ଚାଳକ ଦୋଷୀ ସାବ୍ୟସ୍ତ ହେବେ। ଏଭଳି କ୍ଷେତ୍ରରେ ତିନିବର୍ଷ ଜେଲ ଦଣ୍ଡ ସହ ୨୫ହଜାର ଟଙ୍କା ପର‌୍ୟ୍ୟନ୍ତ ଜରିମାନା ଲାଗି ହେବ। ଏହାସହ ନାବାଳକ ଚାଳକଙ୍କୁ ଜୁଭେନାଇ ଆଇନ ଅନୁସାରେ ଦଣ୍ଡ ସହ ଗାଡ଼ିର ପଞ୍ଜୀକରଣ ମଧ୍ୟ ରଦ୍ଦ ହେବାର ନିୟମ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.