ଚଳନ୍ତା କାର୍‌ରେ ଟ୍ରିପଲ୍‌ ମର୍ଡର, ପତ୍ନୀ ଏବଂ ଶାଳୀ ସହ ନିଜକୁ ଗୁଳି ହତ୍ୟା କଲେ ଯବାନ୍‌

ବିବାହରର ରାଜଧାନୀ ପାଟନାରେ ଟ୍ରିପଲ ମର୍ଡରର ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ଜାଣିବା ପରେ ଆପଙ୍କ ହୋସ୍‌ ଉଡଯିବ। ଭାରତୀୟ ସେନାର ଜଣେ ଯବାନ ଚଳନ୍ତା କାରରେ ନିଜର ପତ୍ନୀ ଏବଂ ଶାଳୀକୁ ଗୁଳିକରି ହତ୍ୟା କରିବା ପରେ ନିଜକୁ ବି ଗୁଳି କରି ଦେଇଛନ୍ତି। ସୂଚନା ମୁତାବକ ଘଟଣା ସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ବିବହାରର ବିକ୍ରମଗଂଜ ଅଞ୍ଚଳରେ ଜଣେ ଆର୍ମି ଯବାନ ବିଷ୍ଣୁ ଶର୍ମା ପାଟନା ଯାଉଥିବା ସମୟରେ ନିଜର ପତ୍ନୀ ଏବଂ ପୂର୍ବ ସପ୍ତାହରେ ବିବାହ ହୋଇଥିବା ଶାଳୀକୁ ଗୁଳିକରି ହତ୍ୟା କରିଦେଇଥିଲେ। ଏମାନଙ୍କୁ ହତ୍ୟା କରିବା ପରେ ବିଷ୍ଣୁ ଶର୍ମା ନିଜକୁ ବି ଗୁଳି କରିଥିଲେ। ସୂଚନା ଅନୁଯାୟୀ ଆର୍ମିର ଏହି ଯବାନ ଗତ ଦେଢ ମାସ ହେବ ଡେଙ୍ଗୁ ରୋଗରେ ପିଡୀତ ଥିବାରୁ ଛୁଟିରେ ଥିଲେ । ଡେଙ୍ଗୁ ହେବା ପରେ ସେ ନିଜର ।ମନସିକ ସନ୍ତୁଳନ ହରାଇ ବସିଥିଲେ ଏବଂ ତାଙ୍କୁ ଲାଗିଥିଲା କିଏ ତାଙ୍କୁ ମାରିବା ପାଇଁ ଷଡଯନ୍ତ୍ର କରୁଛି। ଏହିକାରଣରୁ ସେ ଔଷଧ ଖାଇବା ପାଇଁ ମଧ୍ୟ ଡରୁଥିଲେ କାରଣ ସେ ଭାବୁଥିଲେ ତାଙ୍କୁ କିଏ ବିଷ ଦେଇ ମାରିବାକୁ ଚାହୁଁଛି। ଏହିକାରଣରୁ ଯବାନଙ୍କୁ ଚିକିତ୍ସା କରାଇବା ପାଇଁ ପତ୍ନୀ ଏବଂ ଶାଳୀ ତାଙ୍କୁ ପାଟନା ନେଇ ଯିବା ସମୟରେ ହିଁ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରିଥିଲେ।

ଏହାସହ ପଢନ୍ତୁ:  ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ିଥିଲେ ଛାତ୍ର କିନ୍ତୁ ପେଟ ଉପରେ ବାଇକ ଚଢ଼ାଇଦେଲେ ପୋଲିସ,ଦେଖନ୍ତୁ ଭିଡିଓ

କାର୍‌ ଚଲାଉଥିବା ଡ୍ରାଇଭରଙ୍କ କହିବାନୁଯାୟୀ ଅତ୍ମହତ୍ୟା କରିଥିବା ଯବାନ କାର୍‌ ର ପଛ ସିଟ୍‌ ରେ ବସିଥିବା ନିଜ ପିଲା ଏବଂ ଡ୍ରାଇଭରଙ୍କୁ ମଧ୍ୟ ମାରିବାକୁ ଚାହୁଁଥିଲେ କିନ୍ତୁ ପାଖରେ ଥିବା ଗାଁ ଲୋକମାନେ ବଞ୍ଚାଇଦେଇଥିଲେ। କାର୍‌ ଚାଳକଙ୍କ କହିବା ଅନୁଯାୟୀ ପ୍ରଥମ ଗୁଳିର ଆବାଜ ଆସିବା ପରେ ସେ କାର୍‌ ବନ୍ଦ କରିଦେଇଥିଲେ। ଘଟଣାସ୍ଥଳରେ ଗାଁ ଲୋକମାନେ ଆସିଯିବାରୁ ତାଙ୍କର ଜୀବନ ବଞ୍ଚିଯାଇଛି।

Leave A Reply

Your email address will not be published.