ଅସୁରକ୍ଷିତ ସଡ଼କ, ଦେଶରେ ପ୍ରତି ଘଣ୍ଟାରେ ୫୩ଟି ସଡ଼କ ଦୁର୍ଘଟଣା

କେନ୍ଯୁଜ୍: ଦେଶରେ ପ୍ରତି ଘଣ୍ଟାରେ ୫୩ଟି ସଡ଼କ ଦୁର୍ଘଟଣା ହେଉଛି, ୧୭ ଜଣଙ୍କ ଜୀବନ ଯାଉଛି। ୨୦୧୮ର ସଡ଼କ ଦୁର୍ଘଟଣା ତଥ୍ୟ ଅନୁଧ୍ୟାନରୁ ଏହା ଜଣା ପଡିଛି। ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ ହେଉଥିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ୨୦୧୮ରେ ସଡ଼କ ଦୁର୍ଘଟଣାରେ ଦେଢ଼ ଲକ୍ଷରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ତୁଳନାରେ ୨.୪ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା। ୨୦୧୭ରେ ମୃତ୍ୟୁ ସଂଖ୍ୟା ଥିଲା ୧ ଲକ୍ଷ ୪୭ ହଜାର। ୨୦୧୮ରେ ପ୍ରତିଦିନ ୧୨୮୦ ସଡ଼କ ଦୁର୍ଘଟଣା ହେଉଛି। ଏଥିରେ ୪୧୫ ଜଣଙ୍କ ଜୀବନ ଯାଉଛି। ସଡ଼କ ଦୁର୍ଘଟଣାରେ ମୃତ୍ୟୁକୁ ଅନୁଧ୍ୟାନ କଲେ ଜଣା ପଡୁଛି, ଦ୍ରୁତ ଗତିରେ ଗାଡ଼ି ଚାଳନାରେ ହେଉଥିବା ଦୁର୍ଘଟଣା ଯୋଗୁଁ ୬୪.୪ ପ୍ରତିଶତ ଜଣଙ୍କ ମୃତ୍ୟୁ ହୋଇଛି। ହେଲମେଟ୍‌ ପିନ୍ଧି ନଥିଲେ, ୨୮.୮, ସିଟ୍‌ ବେଲଟ୍‌ ପିନ୍ଧି ନଥିଲେ ୧୬.୧୪, ରଙ୍ଗ୍‌ ସାଇଡ୍‌ ଡ୍ରାଇଭିଂ ୫.୮, ମଦ ପିଇ ଗାଡ଼ି ଚାଳନା ୨.୮ ପ୍ରତିଶତ ଓ ମୋବାଇଲରେ କଥା ହୋଇ ଦୁର୍ଘଟଣା ଯୋଗୁଁ ୨. ୪ ପ୍ରତିଶତଙ୍କ ମୃତ୍ୟୁ ହୋଇଛି। ୱାର୍ଲଡ୍‌ ରୋଡ୍‌ ଫେଡେରେସନ ରିପୋର୍ଟ ମୁତାବକ ଭାରତର ସଡ଼କ ବିଶ୍ୱର ସବୁଠାରୁ ଅସୁରକ୍ଷିତ ସଡ଼କ। ବର୍ଷକୁ ଭାରତରେ ଦେଢ଼ ଲକ୍ଷ, ଚୀନରେ ୬୩ ହଜାର ଓ ଆମେରିକାରେ ବାର୍ଷିକ ୩୭ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହେଉଛି।

Leave A Reply

Your email address will not be published.