ରାଜ୍ୟ

କଟକ ଦୁର୍ଗାପୂଜାରେ ୪ ଫୁଟ ଉଚ୍ଚର ମୂର୍ତ୍ତି ବିବାଦ ପ୍ରସଙ୍ଗ,ତିନିଟି ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ପାଞ୍ଚଟି ମାମାଲା ଦାଖଲ

କେନ୍ୟୁଜ୍(ବ୍ୟୁରୋ):  କଟକ ଦୁର୍ଗାପୂଜାରେ ୪ ଫୁଟ ଉଚ୍ଚର ମୂର୍ତ୍ତି ବିବାଦ ପ୍ରସଙ୍ଗ । ବିବାଦ ଆଜି ଏକ ନୂଆ ମୋଡ଼ ନେଇଛି। କଟକ ମହାନଗର ନିଗମର ତିନିଟି ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ପାଞ୍ଚଟି ମାମାଲା ଦାଖଲ ହୋଇଛି। ଆଗତ ହୋଇଥିବା ପ୍ରଥମ ମାମଲାଟିରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ନେଇ ହାଇକୋର୍ଟଙ୍କ ଖଣ୍ଡପୀଠ ପୂର୍ବରୁ ଦେଇଥିବା ରାୟର ପୁନଃବିଚାର ପାଇଁ ଏକ ରିଭ୍ୟୁ ପିଟିସନ୍ ଆଗତ କରାଯାଇଛି। ଏନେଇ ବାଲୁ ବଜାର ପୂଜା କମିଟି ସଭାପତି ସୂର୍ଯ୍ୟକାନ୍ତ ସାଙ୍ଗନେରିଆ ସୂଚନା ଦେଇଛନ୍ତି ।

ଏହା ସହିତ ଆଉ ‌ଗୋଟିଏ ମାମଲାରେ କଟକ ଭୁବନେଶ୍ବର ପୋଲିସ କମିସନରଙ୍କ ବିରୋଧରେ ଏକ ଅଦାଲତ ଅବମାନନା ମାମଲା ଦାଖଲ କରାଯାଇଛି। ଦାଏର ହୋଇଥିବା ମାମଲାରେ ଉଲ୍ଲେଖ ଅଛି ଯେ ପୋଲିସ କମିସନର ବ୍ୟକ୍ତିଗତ ଭାବେ କାହା ସହିତ ସାକ୍ଷତ ନକରି କାଳ୍ପନିକ ଭାବେ ଏକ ରିପୋର୍ଟ ପ୍ରସ୍ତୁତ କରି ହାଇକୋ‌ର୍ଟଙ୍କୁ ଦେଇଛନ୍ତି। ଏହା ଦ୍ବାରା ପୋଲିସ କମିଶନର ହାଇକୋର୍ଟଙ୍କୁ ବିଭ୍ରାନ୍ତ କରିବାକୁ ଉଦ୍ୟମ କରିଛନ୍ତି।  ତାଙ୍କର ଏପ୍ରକାର କାର୍ଯ୍ୟ ଅଦାଲତ ଅବମା‌ନନା କରିଥିବା ଦର୍ଶାଇ ତାଙ୍କ ବିରୋଧରେ ଏଇ ଅଦାଲତ ଅବମାନନା ମାମଲା ଦାଏର କରିଛି ବାଲୁବଜାର ପୂଜା କିମିଟି।

ବାଲୁବଜାର ପୂଜା କମିଟି ପକ୍ଷରୁ ଆଗତ କରା ଯାଇଥିବା ତୃତୀୟ ମାମଲଟିରେ ମୂର୍ତ୍ତି ଉଚ୍ଚତାକୁ ଚାରିଫୁଟ ମଧ୍ୟରେ ସୀମିତ ରଖିବା ପାଇଁ ପୁଲିସ କମିସନର ଯେଉଁ ନିର୍ଦ୍ଦଶାନାମାଜାରି କରିଥିଲେ ତାହାକୁ ଚ୍ୟା‌ଲେଞ୍ଜ କରି ଏକ ରିଟ୍‌ ପିଟିସନ୍ ହାଇକେର୍ଟରେ ଆଗତ କରାଯାଇଛି।ସେହିପରି ମୂର୍ତ୍ତିର ଉଚ୍ଚତା ନେଇ ଅନ୍ୟ ଦୁଇଟି ମାମଲା ଫିରିଙ୍ଗି ବଜାର ପୂଜା କମିଟି ଓ ତଳତେଲେଙ୍ଗା ବଜାର ପୂଜା କମିଟି ପକ୍ଷରୁ ପୃଥକପୃଥକ ଭାବେ ଆଗତ କରାଯାଇଛି।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

12 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

43 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

45 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

48 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

55 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago