ରାଜ୍ୟ

ଦୁଃଖର କଳା ବାଦଲ ଭିତରେ ପରମେଶ୍ୱରଙ୍କ ପରିବାର, କ୍ଯାବିନ୍ ଘର ପାଲଟିଛି ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ସାହାରା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଂଟିଆ ଗ୍ରାମର ରାସ୍ତା କଡରେ ରହିଛି ଏକ କ୍ୟାବିନ। ଏହା କୌଣସି ପାନ ଦୋକାନ ନୁହେଁ ବରଂ ଏହା ହେଉଛି ପରମେଶ୍ୱରଙ୍କ ଘର । ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିଲେ ବି ଏହା ସତ।  କିଡନୀ ରୋଗୀ ପରମେଶ୍ୱର ଜେନାଙ୍କ ସହ ତାଙ୍କ ପରିବାର ସାହାରା ହେଉଛି ଏହି କ୍ଯାବିନ୍ । ପରିବାର କହିଲେ ୨ ପିଲା, ବୁଢିମା ଓ ତାଙ୍କ ପତ୍ନୀ ।

ସବୁ କିଛି ଠିକ୍‌ଠାକ ଚାଲିଥିଲା । ପରମେଶ୍ୱର ମଜୁରୀ ଲାଗି ନିଜ ପରିବାରକୁ ହସ ଖୁସିରେ ଚଳାଇ ଆସୁଥିଲେ । ହେଲେ ୫ ବର୍ଷ ତଳେ ସେ ହଠାତ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ବସି ରହିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ଭଲ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇପାରିଲେ ନାହିଁ । ଫଳରେ ରୋଗ ଦିନକୁ ଦିନ ବଢିବାରେ ଲାଗିଲା । ପରିବାରର ରୋଜଗାରିଆ ପୁଅ ଘରେ ବିସିବାପରେ ସବୁ କିଛି ଓଲଟପାଲଟ ହୋଇଗଲା ।

ତେବେ ଚଳିତ ବର୍ଷ ତାଙ୍କୁ ସରକାରୀ ଯୋଜନାରେ ଏକ ପକ୍କାଘର ମିଳିଥିଲା । ଘର କରିବା ଲାଗି ନିଜର ପୁରୁଣା ଘର ଭାଙ୍ଗି ସେଠାରେ ପକ୍କାଘର ନିର୍ମାଣ କାମ ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କର ରୋଗ ଯନ୍ତ୍ରଣା ବଢିବା ଯୋଗୁ ଘର କାମ ବନ୍ଦ କରି ସେ ଭୁବନେଶ୍ୱର ଯାଇ ଚିକିତ୍ସିତ ହେଲେ । ଫଳରେ ଘର କାମ ଅଧାରେ ଅଟକି ରହିଗଲା ।

ଲକଡାଉନ ଯୋଗୁ ଭୁବନେଶ୍ୱରରେ ଅଟକି ରହିଥିଲେ ପରମେଶ୍ୱର । ଏବେ କିଛି ଦିନ ତଳେ ଘରକୁ ଫେରିଥିବା ବେଳେ ଘର ନଥିବାରୁ ଗାଁ ମୁଣ୍ଡରେ ଥିବା ଏହି କ୍ୟାବିନରେ ପରିବାର ସହ ରହୁଛନ୍ତି । ଏଠାରେ ଖାଇବା, ରହିବା ସବୁ କିଛି । ପରମେଶ୍ୱରଙ୍କ ଏଭଳି ଅବସ୍ଥାକୁ ନେଇ ଗ୍ରାମର କିଛି ଯୁବ ଗୋଷ୍ଠି ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏନେଇ ସେମାନେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ଅବଗତ କରିଥିଲେ ହେଁ କିଛି ସୁଫଳ ମିଳିନାହିଁ । ଯାହା ଫଳରେ କି ଏହି ପରିବାର ଏବେ ରାସ୍ତା କଡରେ ଏହି କ୍ୟାବିନରେ ପଡି ରହିଛନ୍ତି । ଏହି ଅସହାୟ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ଲାଗି ଗ୍ରାମବାସୀମାନେ ଦାବି କରିଛନ୍ତି ।

ଯାଜପୁରରୁ ଅଭିନେଶ୍ବର ଶତପଥୀଙ୍କ ରିପୋର୍ଟ, କେନ୍ୟୁଜ୍

Sonalisa

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

11 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

44 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

46 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

52 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago