ରାଜ୍ୟ

ଚାରିବାଟିଆ ନଇଁରେ ଡଙ୍ଗା ଓଲଟି ବୁଡିଲା ୫ ମୋଟର ସାଇକେଲ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତରେ ଥିବା ଚାରିବଟିଆ ଘାଟରେ ନଇ ପାର ହେଉଥିବା ବେଳେ ଡଙ୍ଗା ଓଲଟି ପଡିବାରୁ ୫ଟି ମୋଟର ସାଇକେଲ ନଇରେ ବୁଡିଯାଇଥିଲା । ଏହି ଚାରିବଟିଆ ଘାଟ ଉପରେ ବାସୁଦେବପୁର ଓ ଚାନ୍ଦବାଲି ଦୁଇଟା ନିର୍ବାଚନ ମଣ୍ଡଳୀର ଲୋକ ମାନେ ନିର୍ଭୟ କରନ୍ତି । ଲୋକମାନେ ବାସୁଦେବପୁର ମେଡିକାଲକୁ ଏହି ଚାରିବଟିଆ ଘାଟ ଦେଇ ଯିବାଆସିବା କରନ୍ତି ।

ସ୍ଥାନୀୟ ଲୋକମାନେ କହିବା କଥା ଏହି ଚାରିବାଟିଆ ଘାଟ ବ୍ରିଟିସ ଅମଳରୁ ଚାଲିଛି । ପ୍ରତେକ ଦିନ ଏହି ଚାରିବାଟିଆ ଘାଟରେ ଶହ ଶହ ଲୋକ ଡଙ୍ଗା ଦ୍ଵାରା ଘାଟ ପାରିହୁଅନ୍ତି ଏବଂ ମଟର ସାଇକେଲ ଓ ଜିନିଷ ପତ୍ର ଏ କୂଳରୁ ସେ କୂଳକୁ ଯିବାଆସିବା କରନ୍ତି । ସୂଚନା ଅନୁଯାୟୀ, ଗତ ବୁଧବାର କିନ୍ତୁ ଡ଼ଙ୍ଗାରେ ପାଞ୍ଚଟି ମଟର ସାଇକେଲ ଓ ୧୨ଜଣ ଲୋକ ଦୁଇ ଜଣ ମହିଳା ଥିଲେ । ହେଲେ ଆଉ ଯାତ୍ରୀ ନନେବା ପାଇଁ ଡ଼ଙ୍ଗା ନାଉରି ମନା କରିବା ସତ୍ୱେ ଜଣେ ଯାତ୍ରୀ ବାଧ୍ୟ କରି ମଟର ସାଇକେଲ ନେଇଥିଲେ ।

ହେଲେ ନାଉରି କିଛି ବାଟ ଯିବା ବାଟରେ ଡଙ୍ଗାରେ ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ଅସାବଧାନତା ହେତୁ ଗାଡି ସହ ଲୋକଟି ବୁଡି ଯିବା ସମୟରେ ଡ଼ଙ୍ଗାରେ ଥିବା ୫ଟା ମୋଟର ସାଇକେଲ ୧୨ଜଣ ଲୋକ ଭୟଭୀତ ହୋଇ ନଇରେ ପଡ଼ିଯାଇଥିଲେ । ନାଉରି ସଂଗେ ସଂଗେ ପାଣିକୁ ଡିଆଁ ମାରି ସମସ୍ତ ଲୋକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସବୁଯାକ ମୋଟର ସାଇକେଲ ଦଉଡି ସାହାଯ୍ୟରେ ଉପରକୁ ଉଠାଯାଇଥିଲା । ସମସ୍ତ ଲୋକ ସୁସ୍ଥ ଥିବା ଜଣାପଡିଛି ।

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago