ଚାରିବାଟିଆ ନଇଁରେ ଡଙ୍ଗା ଓଲଟି ବୁଡିଲା ୫ ମୋଟର ସାଇକେଲ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଂଚାୟତରେ ଥିବା ଚାରିବଟିଆ ଘାଟରେ ନଇ ପାର ହେଉଥିବା ବେଳେ ଡଙ୍ଗା ଓଲଟି ପଡିବାରୁ ୫ଟି ମୋଟର ସାଇକେଲ ନଇରେ ବୁଡିଯାଇଥିଲା । ଏହି ଚାରିବଟିଆ ଘାଟ ଉପରେ ବାସୁଦେବପୁର ଓ ଚାନ୍ଦବାଲି ଦୁଇଟା ନିର୍ବାଚନ ମଣ୍ଡଳୀର ଲୋକ ମାନେ ନିର୍ଭୟ କରନ୍ତି । ଲୋକମାନେ ବାସୁଦେବପୁର ମେଡିକାଲକୁ ଏହି ଚାରିବଟିଆ ଘାଟ ଦେଇ ଯିବାଆସିବା କରନ୍ତି ।

ସ୍ଥାନୀୟ ଲୋକମାନେ କହିବା କଥା ଏହି ଚାରିବାଟିଆ ଘାଟ ବ୍ରିଟିସ ଅମଳରୁ ଚାଲିଛି । ପ୍ରତେକ ଦିନ ଏହି ଚାରିବାଟିଆ ଘାଟରେ ଶହ ଶହ ଲୋକ ଡଙ୍ଗା ଦ୍ଵାରା ଘାଟ ପାରିହୁଅନ୍ତି ଏବଂ ମଟର ସାଇକେଲ ଓ ଜିନିଷ ପତ୍ର ଏ କୂଳରୁ ସେ କୂଳକୁ ଯିବାଆସିବା କରନ୍ତି । ସୂଚନା ଅନୁଯାୟୀ, ଗତ ବୁଧବାର କିନ୍ତୁ ଡ଼ଙ୍ଗାରେ ପାଞ୍ଚଟି ମଟର ସାଇକେଲ ଓ ୧୨ଜଣ ଲୋକ ଦୁଇ ଜଣ ମହିଳା ଥିଲେ । ହେଲେ ଆଉ ଯାତ୍ରୀ ନନେବା ପାଇଁ ଡ଼ଙ୍ଗା ନାଉରି ମନା କରିବା ସତ୍ୱେ ଜଣେ ଯାତ୍ରୀ ବାଧ୍ୟ କରି ମଟର ସାଇକେଲ ନେଇଥିଲେ ।

boatହେଲେ ନାଉରି କିଛି ବାଟ ଯିବା ବାଟରେ ଡଙ୍ଗାରେ ଯାଇଥିବା ଯାତ୍ରୀଙ୍କ ମଧ୍ୟରୁ ଅସାବଧାନତା ହେତୁ ଗାଡି ସହ ଲୋକଟି ବୁଡି ଯିବା ସମୟରେ ଡ଼ଙ୍ଗାରେ ଥିବା ୫ଟା ମୋଟର ସାଇକେଲ ୧୨ଜଣ ଲୋକ ଭୟଭୀତ ହୋଇ ନଇରେ ପଡ଼ିଯାଇଥିଲେ । ନାଉରି ସଂଗେ ସଂଗେ ପାଣିକୁ ଡିଆଁ ମାରି ସମସ୍ତ ଲୋକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସବୁଯାକ ମୋଟର ସାଇକେଲ ଦଉଡି ସାହାଯ୍ୟରେ ଉପରକୁ ଉଠାଯାଇଥିଲା । ସମସ୍ତ ଲୋକ ସୁସ୍ଥ ଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.