ରାଜ୍ୟ

ଆଜିଠୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ଦୁବାଇକୁ ସିଧା ଫ୍ଲାଇଟ୍‌ । ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇକୁ ଉଡିବ ବିମାନ। ସଂଧ୍ୟା ୬ଟା ୩୦ରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ବିମାନ ଯାତ୍ରା ଆରମ୍ଭ କରିବ । ରାତି ୯ଟା ୪୫ରେ ଦୁବାଇରେ ପହଞ୍ଚିବ । ଭୁବନେଶ୍ୱର ବିମାନ ବନ୍ଦରରେ ଦୁବାଇ ଉଡ଼ାଣର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକଟର ଦାମ ୧୦ ହଜାର ଟଙ୍କା ରହିଛି । ଉଭୟ ଯିବା ଆସିବା ପାଇଁ ଟିକଟ ଦାମ ରହିଛି ୨୦ ହଜାର ଟଙ୍କା । ନିଜ ଉଦ୍ୟମରେ ବିଦେଶକୁ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ।

ଏହା ସେବା ଦ୍ୱାରା ସହଜରେ ଓ ସୁଲଭ ଦରରେ ଗଲ୍‌ଫ, ୟୁରୋପ ଓ ପାଶ୍ଚାତ୍ୟ ଦେଶମାନଙ୍କୁ ଓଡ଼ିଶାବାସୀଙ୍କୁ ଭ୍ରମଣର ସୁଯୋଗ ଆଣିଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଓଡ଼ିଶାର ପର୍ଯ୍ୟଟନର ବିକାଶ ପାଇଁ ବାଟ ଫିଟାଇବ। ଓଡ଼ିଆ ଯୁବକଙ୍କ ପାଇଁ ନିଯୁକ୍ତିର ସୁଯୋଗ ଆଣିଦେବ ବୋଲି ସେ କହିଛନ୍ତି। ଓଡ଼ିଶାର ଲୋକଙ୍କ ଆଶାକୁ ପୂରଣ କରିବାକୁ ଆଜିଠୁ ଏହି ଉଡ଼ାଣ ଆରମ୍ଭ ହେବ। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଅନ୍ତର୍ଜାତୀୟ ବିମାନ ସେବାକୁ ପ୍ରୋତ୍ସାହିତ କରିଛି। ସପ୍ତାହରେ ତିନି ଦିନ ଚଳାଚଳ କରିବ ଫ୍ଲାଇଟ୍‌ ।

ସୋମବାର, ବୁଧବାର, ଶୁକ୍ରବାର ଦୁବାଇକୁ ବିମାନ ଉଡ଼ିବ । ପର୍ଯ୍ୟଟକଙ୍କ ପସନ୍ଦର ଡେଷ୍ଟିନେସନ୍‌ ପାଲଟିଥିବା ଦୁବାଇକୁ ଯିବେ ଓଡ଼ିଶାର ବିଭିନ୍ନ ବର୍ଗର ଲୋକେ । ପ୍ରଥମ ଦିନରେ ୧୭୦ ଓଡ଼ିଆ ଯାତ୍ରୀ ଦୁବାଇ ଯାତ୍ରା କରିବେ।  ଏହି ବିମାନ ଚଳାଚଳ ଲୋକ ଓ ସଂସ୍କୃତିକୁ ଯୋଡ଼ିବା ସହ ବଜାର ଓ ନିବେଶକୁ ଅଧିକ ନିକଟତର କରିବ । ଉତ୍କଳ ଦିବସରେ ଟିକେଟ୍‌ ବିକ୍ରିର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାପରେ ଜୁନ୍‌ ୩ରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ ହେବ ।

Sonalisa

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

11 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

20 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

29 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

45 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago