Categories: ରାଜ୍ୟ

ରାଜ୍ୟର ବିଭିନ୍ନ ନଦୀରେ ଟଳିଲା ବନ୍ୟା ଆଶଙ୍କା

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ନଦୀରେ ଟଳିଲା ବନ୍ୟା ଆଶଙ୍କା। ଭଦ୍ରକ ଆଖୁଆପଦାରେ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଏବେ ଜଳସ୍ତର ରହିଛି ୧୭ ଦଶମିକ ୬୬ ମିଟର। ଏଠାରେ ବିପଦ ସଙ୍କେତ ରହିଛି ୧୭ ଦଶମିକ ୮୩ ମିଟର। ଲଗାଣ ବର୍ଷାରେ ବୈତରଣୀ ଫୁଲିଥିବା ବେଳେ ବନ୍ୟା ଜଳ ବିଭିନ୍ନ ଅଞ୍ଚଳକୁ ମାଡ଼ି ଯାଇଥିଲା। ଭଣ୍ଡାରୀପୋଖରୀ ବ୍ଲକର ୭ଟି ପଞ୍ଚାୟତ ଜଳମଗ୍ନ ହୋଇ ଚାଷଜମି ବିସ୍ତୀର୍ଣ୍ଣ ହୋଇଛି। ଏବେ ଧୀରେ ଧୀରେ ପାଣି ଛାଡ଼ିବାରେ ଲାଗିଛି। ଲୋକଙ୍କ ଚାଷ ପ୍ରଭାବିତ ହୋଇଛି।

ଏବଂ ବର୍ଷା କମିବା ପରେ ବାଙ୍କୀ ହୁଳୁହୁଳା ନଦୀରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି। ତେବେ ଛାଡି ଯାଇଛି ବନ୍ୟା ପରର ଦୁର୍ଦ୍ଦଶା। କୁସୁମପଙ୍ଗି ଗାଁରୁ କଟକ-ବାଙ୍କୀ ରାସ୍ତା ଉପରେ ୩ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଗତକାଲି ବାଙ୍କୀର ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିଲା। ଆଜି ସକାଳୁ ପାଣି କମିବା ପରେ ଯାତାୟତ ସ୍ୱାଭାବିକ ହୋଇଛି।

KNews Bureau

Recent Posts

ଫ୍ୟାନକୁ ଡେଟ୍ କରିବାକୁ ଚାହୁଁଛନ୍ତି କାର୍ତ୍ତିକ ଆର୍ଯ୍ୟନ୍! ଫିମେଲ୍ ଫ୍ୟାନ୍ସଙ୍କର ଲାଗିଲା ଲଟେରୀ

କାର୍ତ୍ତିକ ଆର୍ଯ୍ୟନ୍ ତାଙ୍କ ଆଗାମୀ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍'କୁ ନେଇ ଆଜିକାଲି ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମରୁ…

36 mins ago

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ…

48 mins ago

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

57 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

1 hour ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

1 hour ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

2 hours ago