Below header

ରାଜ୍ୟର ବିଭିନ୍ନ ନଦୀରେ ଟଳିଲା ବନ୍ୟା ଆଶଙ୍କା

ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ନଦୀରେ ଟଳିଲା ବନ୍ୟା ଆଶଙ୍କା। ଭଦ୍ରକ ଆଖୁଆପଦାରେ ଏବେ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ଆଖୁଆପଦାଠାରେ ଏବେ ଜଳସ୍ତର ରହିଛି ୧୭ ଦଶମିକ ୬୬ ମିଟର। ଏଠାରେ ବିପଦ ସଙ୍କେତ ରହିଛି ୧୭ ଦଶମିକ ୮୩ ମିଟର। ଲଗାଣ ବର୍ଷାରେ ବୈତରଣୀ ଫୁଲିଥିବା ବେଳେ ବନ୍ୟା ଜଳ ବିଭିନ୍ନ ଅଞ୍ଚଳକୁ ମାଡ଼ି ଯାଇଥିଲା। ଭଣ୍ଡାରୀପୋଖରୀ ବ୍ଲକର ୭ଟି ପଞ୍ଚାୟତ ଜଳମଗ୍ନ ହୋଇ ଚାଷଜମି ବିସ୍ତୀର୍ଣ୍ଣ ହୋଇଛି। ଏବେ ଧୀରେ ଧୀରେ ପାଣି ଛାଡ଼ିବାରେ ଲାଗିଛି। ଲୋକଙ୍କ ଚାଷ ପ୍ରଭାବିତ ହୋଇଛି।

floodଏବଂ ବର୍ଷା କମିବା ପରେ ବାଙ୍କୀ ହୁଳୁହୁଳା ନଦୀରେ ମଧ୍ୟ ଜଳସ୍ତର କମିବାରେ ଲାଗିଛି। ତେବେ ଛାଡି ଯାଇଛି ବନ୍ୟା ପରର ଦୁର୍ଦ୍ଦଶା। କୁସୁମପଙ୍ଗି ଗାଁରୁ କଟକ-ବାଙ୍କୀ ରାସ୍ତା ଉପରେ ୩ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଗତକାଲି ବାଙ୍କୀର ହୁଳୁହୁଳା ପୋଲ ଉପରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିଲା। ଆଜି ସକାଳୁ ପାଣି କମିବା ପରେ ଯାତାୟତ ସ୍ୱାଭାବିକ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.