ରାଜ୍ୟ

ଚାଇଁ ଚାଇଁ ଲାଗୁଛି ଟାଇଁ ଟାଇଁ ଖରା : ତାତି ବଢୁଛି, ଆହୁରି ବଢ଼ିବ; ପାଞ୍ଚ ଦିନ ପରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସରି ଆସୁଛି ମାଘ ମାସ । ଫେବ୍ରୁଆରୀ ଅଧା ହେଲାଣି । ଅଚାନକ ଶୀତ ଓ କୋହଲା ପାଗ କୁଆଡ଼େ ଲୁଚି ଗଲେ । ଆଉ ଗତକାଲି ଠାରୁ ଆସିଗଲା ଟାଣ ଖରା । ଶୀତ ପାଇଁ ଜ୍ୟାକେଟ୍‌ ଓ ସ୍ୱେଟର ଦେହରୁ ବାହାର କରିନଥିବା ଲୋକେ ଝାଳରେ ବୁଡ଼ି ଯାଉଥିଲେ । ଟାଇଁ ଟାଇଁ ଖରା ଦେହକୁ ଚାଇଁ ଚାଇଁ ଲାଗୁଥିଲା । ଅବଶ୍ୟ ବାହାରେ ଏଭଳି ତାତି ରହିଥିବା ବେଳେ ଘର ଭିତରେ କିନ୍ତୁ ତାପମାତ୍ରା କମ୍‌ ରହୁଛି । ଘରେ ଥଣ୍ଡା ଲାଗୁଛି । ଏମିତିକି ଦିନ ଓ ରାତିର ତାପମାତ୍ରାରେ ଅନେକ ଫରକ ରହୁଛି । ରାତିରେ ତାପମାତ୍ରା ୧୮ ଡିଗ୍ରୀ ପାଖାପାଖି ରହୁଛି ।

ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା । ମାଲକାନଗିରିରେ ସର୍ବାଧିକ ୩୪ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ୩୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ଼ କରାଯାଇଛି । ଟିଟିଲାଗଡ଼ରେ ୩୨.୧, ଝାରସୁଗୁଡ଼ା ଓ ତାଳଚେରରେ ୩୧, ଭବାନୀପାଟଣା ୩୧.୬ ଓ କଟକ ୩୦.୬, ବଲାଙ୍ଗିର ୩୧.୫, ସୋନପୁର ୩୦.୪, ଓଡ଼ିଶାର କଶ୍ମୀର କୁହା ଯାଉଥିବା ଦାରିଙ୍ଗବାଡ଼ିରେ ୨୬.୮ ଡିଗ୍ରୀ ତାପମାତ୍ରା ରହିଥିଲା ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ । ୨୦ କିମ୍ବା ୨୧ ତାରିଖ ବେଳକୁ ବର୍ଷା ହେବାର ସମ୍ବାନା ରହିଛି । ଅବଶ୍ୟ ବର୍ଷା କେବଳ ଉତ୍ତର ଓଡ଼ିଶାରେ ହୋଇପାରେ । ତେବେ ବର୍ତ୍ତମାନର ଏଭଳି ପାଗରେ କୌଣସି ଅସ୍ୱାଭାବିକ କଥା ନାହିଁ । କାରଣ ପୂର୍ବରୁ ମଧ୍ୟ ଫେବ୍ରୁଆରୀ ମାସର ମଧ୍ୟଭାଗରେ ଏହାଠାରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ମୁଖ୍ୟ ଏଚ୍‌.ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

5 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

6 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

47 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago