Below header

ଚାଇଁ ଚାଇଁ ଲାଗୁଛି ଟାଇଁ ଟାଇଁ ଖରା : ତାତି ବଢୁଛି, ଆହୁରି ବଢ଼ିବ; ପାଞ୍ଚ ଦିନ ପରେ ବର୍ଷା ସମ୍ଭାବନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ସରି ଆସୁଛି ମାଘ ମାସ । ଫେବ୍ରୁଆରୀ ଅଧା ହେଲାଣି । ଅଚାନକ ଶୀତ ଓ କୋହଲା ପାଗ କୁଆଡ଼େ ଲୁଚି ଗଲେ । ଆଉ ଗତକାଲି ଠାରୁ ଆସିଗଲା ଟାଣ ଖରା । ଶୀତ ପାଇଁ ଜ୍ୟାକେଟ୍‌ ଓ ସ୍ୱେଟର ଦେହରୁ ବାହାର କରିନଥିବା ଲୋକେ ଝାଳରେ ବୁଡ଼ି ଯାଉଥିଲେ । ଟାଇଁ ଟାଇଁ ଖରା ଦେହକୁ ଚାଇଁ ଚାଇଁ ଲାଗୁଥିଲା । ଅବଶ୍ୟ ବାହାରେ ଏଭଳି ତାତି ରହିଥିବା ବେଳେ ଘର ଭିତରେ କିନ୍ତୁ ତାପମାତ୍ରା କମ୍‌ ରହୁଛି । ଘରେ ଥଣ୍ଡା ଲାଗୁଛି । ଏମିତିକି ଦିନ ଓ ରାତିର ତାପମାତ୍ରାରେ ଅନେକ ଫରକ ରହୁଛି । ରାତିରେ ତାପମାତ୍ରା ୧୮ ଡିଗ୍ରୀ ପାଖାପାଖି ରହୁଛି ।

DRY WEATHER-3ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ସେଲସିୟସରୁ ଅଧିକ ରହିଥିଲା । ମାଲକାନଗିରିରେ ସର୍ବାଧିକ ୩୪ ଡିଗ୍ରୀ ଏବଂ ରାଜଧାନୀ ଭୁବନେଶ୍ୱରରେ ୩୧ ଡିଗ୍ରୀ ସେଲସିୟସ୍‌ ରେକର୍ଡ଼ କରାଯାଇଛି । ଟିଟିଲାଗଡ଼ରେ ୩୨.୧, ଝାରସୁଗୁଡ଼ା ଓ ତାଳଚେରରେ ୩୧, ଭବାନୀପାଟଣା ୩୧.୬ ଓ କଟକ ୩୦.୬, ବଲାଙ୍ଗିର ୩୧.୫, ସୋନପୁର ୩୦.୪, ଓଡ଼ିଶାର କଶ୍ମୀର କୁହା ଯାଉଥିବା ଦାରିଙ୍ଗବାଡ଼ିରେ ୨୬.୮ ଡିଗ୍ରୀ ତାପମାତ୍ରା ରହିଥିଲା ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢ଼ିବ । ୨୦ କିମ୍ବା ୨୧ ତାରିଖ ବେଳକୁ ବର୍ଷା ହେବାର ସମ୍ବାନା ରହିଛି । ଅବଶ୍ୟ ବର୍ଷା କେବଳ ଉତ୍ତର ଓଡ଼ିଶାରେ ହୋଇପାରେ । ତେବେ ବର୍ତ୍ତମାନର ଏଭଳି ପାଗରେ କୌଣସି ଅସ୍ୱାଭାବିକ କଥା ନାହିଁ । କାରଣ ପୂର୍ବରୁ ମଧ୍ୟ ଫେବ୍ରୁଆରୀ ମାସର ମଧ୍ୟଭାଗରେ ଏହାଠାରୁ ଅଧିକ ତାପମାତ୍ରା ରେକର୍ଡ଼ କରାଯାଇଛି ବୋଲି ପାଣିପାଗ କେନ୍ଦ୍ର ମୁଖ୍ୟ ଏଚ୍‌.ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.