Below header

ବୈଜ୍ଞାନିକଙ୍କ ସତର୍କ ସୂଚନା, ଖୁବ ଶୀଘ୍ର ଉତ୍ତରାଖଣ୍ଡରେ ହୋଇପାରେ ବଡ ଧରଣର ଭୂମିକମ୍ପ

ଖୁବ ଶୀଘ୍ର ଉତ୍ତର ଭାରତର ଏକ ରାଜ୍ୟ ଉତ୍ତରାଖଣ୍ଡରେ ଏକ ବଡ ଧରଣର ଭୂମିକମ୍ପ ଆସିପାରେ ବୋଲି ଆଶଙ୍କା କରାଯାଉଛି । ରାଜ୍ୟର ରାମନଗର ଓ କଳାଧୁଙ୍ଗି କ୍ଷେତ୍ରବର୍ତ୍ତୀ ଅଞ୍ଚଳ ଗୁଡିକର ପ୍ଲେଟ ଟ୍ୱେକ୍ଟୋନିକ ଗୁଡିକ ଏକ ପାଖିଆ ଭାବେ ତୀବ୍ର ଭାବରେ ଏକ ପାଖିଆ ଭାବେ ଝୁକିବାରେ  ଲାଗିଛି । ଏଣୁ ବୈଜ୍ଞାନିକ ମାନେ ସନ୍ଦେହ କରୁଛନ୍ତିକି ଖୁବ ଶୀଘ୍ର ଏହି ଅଞ୍ଚଳରେ ୮ ଡିଗ୍ରୀ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ କୌଣସି ସମୟରେ ବି ଆସିପାରେ । କାନପୁର ଆଇଆଇଟିର ଭୁବିଜ୍ଞାନୀ ମାନେ ହିଁ ଏବାବଦରେ ପ୍ରଥମେ ସୂଚନା ଦେଇଛନ୍ତି । ଆଉ ମଧ୍ୟ ସେମାନେ କହିଛନ୍ତିକି, ଉତ୍ତରାଖଣ୍ଡର ଏହି ଦୁଇ ସ୍ଥାନରେ ହିଁ ଭୂମିକମ୍ପ ଅଧିକ କ୍ଷତି ଘଟାଇପରେ ।

 

earthquake

ଅନ୍ୟ ପକ୍ଷରେ ବୈଜ୍ଞାନିକ ମାନେ ବି ରେଡ ଲାଇଟ ଏରିଆ ନନ୍ଦପୁର ଗାଁରେ ପହଞ୍ଚି ଇଣ୍ଡିଆନ ପ୍ଲେଟ ସମ୍ବନ୍ଧରେ ଅଧିକ ତନାଘନା କରିବା ଆରମ୍ଭ କରିଦେଇଛନ୍ତି । କହି ରଖିବା ଉଚିତ କି, ୨୦୧୫ ମସିହା ଆଇଆଇଟି ବିଶେଷଜ୍ଞ ଟିମ ଉତ୍ତରାଖଣ୍ଡ ଭୂକମ୍ପ ସମ୍ବନ୍ଧୀୟ ସୂଚନା ପ୍ରଥମେ ଦେଇଥିଲେ । ବୈଜ୍ଞାନିକଙ୍କ ଅନୁଯାୟୀ ସେସମୟରେ ଇଣ୍ଡିଆନ ପ୍ଲେଟ ଗୁଡିକର ଅବସ୍ଥିତି ନେଇ ସନ୍ଦେହ ହେବାରୁ ବୈଜ୍ଞାନିକ ମାନେ ଏକାଠି କରିଥିବା ତଥ୍ୟକୁ ଭୂ- ଗର୍ଭ ମନ୍ତ୍ରାଳୟ ନିକଟକୁ ପଠାଇଥିଲେ । ଏଘଟଣାର ଚାରି ବର୍ଷ ପରେ ପୁଣି ଥରେ ସେମାନେ ଅଧିକ ରୁ ଅଧିକ ତଥ୍ୟ ହାସଲ ନେଇ ଚେଷ୍ଟା କରୁଛନ୍ତି ।

 

uttarakhand

ଏହି ବିଶେଷଜ୍ଞ ଦଳର ମୁଖ୍ୟ ମହେନ୍ଦ୍ର ଗଡବି ହିଁ ସେଟ ଲାଇଟ ମାଧ୍ୟମରେ ଇଣ୍ଡିଆନ ପ୍ଲେଟ ଗୁଡିକର ଅବସ୍ଥିତି ସମ୍ପର୍କରେ ପ୍ରଥମେ ଗଣମାଧ୍ୟମକୁ ସୂଚନା ପାଇଥିଲେ । ସେ ଆହୁରି ମଧ୍ୟ କହିଛନ୍ତିକି ୟୁରୋପିଆନ ପ୍ଲେଟ ସହ ଇଣ୍ଡିଆନ ପ୍ଲେଟର ଧକ୍କା ହେବା ପରେ ହିଁ ଏପରି କା ପରିସ୍ଥିତି ଉପୁଜିଛି । ଆସନ୍ତା ୨୧ରୁ ୨୫ ତାରିଖ ଭିତରେ ଦେଶର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକ ମାନେ ଆସି ଘଟଣା ସମ୍ପର୍କରେ ଅଧିକ ତନାଘନା କରିବେ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.