କୁକୁରକୁ ଦେଖି ପାଖକୁ ଆସିଲା ଭୋକିଲା ଚିତାବାଘ, କିନ୍ତୁ ତାହାପରେ ଯାହା ହେଲା ଆପଣଙ୍କ ଆଖିକୁ ବି ହେବନାହିଁ ବିଶ୍ୱାସ

ଚିତାବାଘ ଯଦି କାହା ସାମ୍ନାକୁ ଆସିଯାଏ ତେବେ ସେତେବେଳେ ଅବସ୍ଥା ପୂରା ସାଙ୍ଘାତିକ ହୋଇପଡେ। ଶିକାର ସନ୍ଧାନରେ ଯେତେବେଳେ ଏହି ପଶୁ ଆଗକୁ ବଢ଼ିଥାଏ ସେତେବେଳେ ଭଲ ଭଲ ଲୋକଙ୍କର ବି ଝାଳ ବାହାରିଯାଏ। କିନ୍ତୁ ଏକ ଚିତାବାଘର ଅବସ୍ଥା ଏକ କୁକୁର ସାମ୍ନାରେ ହିଁ ଖରାପ ହୋଇଗଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଆଉ ଆପଣ ଏହି ଭିଡିଓକୁ ଦେଖିଲେ ହସି ହସି ବେଦମ ହୋଇଯିବେ।

ଯଦି ଆମେ ଆପଣଙ୍କୁ ପଚାରିବୁ ଚିତାବାଘ ଏବଂ କୁକୁରର ଲଢ଼େଇରେ କିଏ ଜିତିବ ତେବେ ଆପଣ କହିବେ ଏଥିରେ ଆଉ ପଚାରିବାକୁ ଅଛି, ଚିତାବାଘ ହିଁ ଜିତିବ। କିନ୍ତୁ ଏହି ଭିଡିଓ ତ କିଛି ଅଲଗା କହୁଛି, କୁକୁରର ଗର୍ଜନ ଆଗରେ ବାଘର ଅବସ୍ଥା ଶୋଚନୀୟ ହୋଇପଡିଛି।

ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ ଏକ ଚିତାବାଘ କୁକୁରକୁ ଆକ୍ରମଣ କରିବାକୁ ତା ନିକଟକୁ ଆସୁଛି କିନ୍ତୁ କୁକୁର ତାର ଏମିତି ଅବସ୍ଥା କଲା ଏହା ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କୁକୁର ଏତେ ଜୋରରେ ଭୁକିଲା ଯେ ଯାହାକୁ ଡରି ବାଘ ଘଟଣାସ୍ଥଳରୁ ପଳାଇଗଲା। କୁକୁରଟି ବଡ ଚତୁରତାର ସହିତ ଏବଂ ବୁଦ୍ଧିମାନର ସହିତ ନିଜ ଜୀବନ ରକ୍ଷା କଲା।

video courtesy : wilderness of india

ଏହି ଭିଡିଓ ରାଜସ୍ଥାନର ଜୟପୁର ଝଲାନା ସଫାରୀ ପାର୍କର କୁହାଯାଉଛି। ଭିଡିଓରେ କୁକୁରଟି ରାସ୍ତା ଉପରେ ଶୋଇଛି ଆଉ ଏହି ସମୟରେ ଏକ ଚିତାବାଘ ଆସି ତାକୁ ଶୁଙ୍ଘିଲା। ଏହାପରେ କୁକୁରଟି ଉଠି ପଡି ଜୋରରେ ଭୁକିଲା। ଯାହା ପରେ ଚିତାବାଘ ଡରି ସେ ଯାଗା ଛାଡି ପଳାଇଛି।

ଏହି ଭିଡିଓକୁ କୌଣସି ଟୁରିଷ୍ଟ ରେକର୍ଡ କରିଛନ୍ତି। ଏହାପରେ ୟୁଟ୍ୟୁବରେ ଅପଲୋଡ୍‌ କରାଯାଇଛି। ଏବେ ପଯ୍ୟର୍ନ୍ତ ଏହି ଭିଡିଓକୁ ୨୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଲୋକେ କୁକୁରର ଚତୁରତାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.