ଏଣିକି ଲୋକସେବା ଭବନରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଚାଲିବ ବ୍ୟାଟେରୀ ଚାଳିତ ଗାଡ଼ି, ମନ୍ତ୍ରୀ ଅଶୋକ ପଣ୍ଡା କଲେ ଉଦଘାଟନ

କେନ୍ୟୁଜ୍(ବ୍ୟୁରୋ): ଲୋକସେବା ଭବନରେ ଆରମ୍ଭ ହେଲା ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ବ୍ୟାଟେରୀ ଚାଳିତ ଗାଡ଼ି । ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ ଓ ଫେଡେରାଲ ବ୍ୟାଙ୍କର ମିଳିତ ସହଯୋଗରେ ଏହି ସେବା ଆରମ୍ଭ ହୋଇଛି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାର ଉଦଘାଟନ କରିଛନ୍ତି । ଭିନ୍ନକ୍ଷମ ବ୍ୟକ୍ତି ଓ କର୍ମଚାରୀମାନେ ଲୋକସେବା ଭବନ ଭିତରକୁ ଚଳପ୍ରଚଳରେ ବହୁ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହି ବ୍ୟବସ୍ଥା ଦ୍ୱାରା ସେମାନେ ବେଶ ଉପକୃତ ହେବେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.