୫Tକୁ  ଆହୁରି କରାଯିବ ଜନାଭିମୁଖୀ, ରାଜସ୍ବ ସେବା ବର୍ଗର ୨୫୦ ଜଣ ଅଧିକାରୀଙ୍କୁ ଦିଆଗଲା ପଦୋନ୍ନତି

ଭୁବନେଶ୍ବର(କେନ୍ୟୁଜ୍): ୫ଟି ଆଧାରରେ ଲୋକଙ୍କୁ ତ୍ବରିତ ସେବା ଯୋଗାଇଦେବା ପାଇଁ ରାଜସ୍ବ ବିଭାଗର ୨୫୦ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦେଇ ପ୍ରଶାସନିକ ସେବା ବର୍ଗରେ ସାମିଲ କରିଛନ୍ତି ରାଜ୍ୟସରକାର। ଏକାସାଙ୍ଗରେ ଏତେ ଜଣଙ୍କୁ ପଦୋନ୍ନତି ମିଳିବା ଏକ ସର୍ବକାଳିନ ରେକର୍ଡ ବୋଲି ଜଣାପଡିଛି। ଏଥିପାଇଁ ରାଜସ୍ବ ସେବା ସଂଘର ସଭାପତି ପୁରନ୍ଦର ନନ୍ଦ ମୁ୍ଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।  ଆଗାମୀ ଦିନରେ ଏହି ପଦୋନ୍ନତି ପାଇଥିବା ଅଧିକାରୀମାନେ ସରାକାରଙ୍କର ବିଭିନ୍ନ ଜନ ହିତକାର ଯୋଜନାକୁ ଲୋକଙ୍କ ନିକଟରେ ସୂଚାର ରପରେ ପହଞ୍ଚାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ସଭାପତି ପୁରନ୍ଦର ନନ୍ଦ। ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜସ୍ବ ସେବା  ସଂଘର ସଭାପତି ପୁରନ୍ଦର ନନ୍ଦ ସରକାରଙ୍କୁ ପ୍ରଶଂସା କରି ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ ଓଡିଶା ରାଜସ୍ବ ସେବା ସଂଘର ଏହି ଅଧିକାରୀମାନଙ୍କୁ ପ୍ରଶାସନିକ ସେବାର କନିଷ୍ଠ ବର୍ଗରେ ସାମିଲ କରାଯାଇ ତହସିଲଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଳି ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଏଥିନେଇ ରାଜସ୍ବ ବିଭାଗ ବିଜ୍ଞପ୍ତି ସଂଖ୍ୟା ୭୪୯୧/୧୩.୦୨.୧୯ରେ ସୂଚିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.