ପରକୀୟା ପ୍ରୀତି ପରେ ଲୁହାଛଡରେ ପିଟିପିଟି ମାରିଦେଲେ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏ,ସ୍ୱୀକାର କଲେ ଦୋଷ

କେନ୍ୟୁଜ୍(ବ୍ୟୁରୋ): ଲିଭ୍‌ ଇନ୍‌ । ବିବାହ ପ୍ରସ୍ତାବ । ବିଭତ୍ସ ହତ୍ୟାକାଣ୍ଡ । ସାଙ୍ଗରେ ରହୁଥିଲେ ହେଲେ ବିବାହ ହେବାକୁ ରାଜି ନଥିଲେ । ସିନ୍ଦୁର ଦେବାକୁ କହି ଜଙ୍ଗଲରେ ମାରିଦେଲେ । ପରକୀୟା ପ୍ରୀତି ପରେ ଲୁହାଛଡରେ ପିଟିପିଟି ମାରିଦେଲେ । ପରେ ମୁହଁ ଉପରେ ଚଢ଼ାଇଦେଇଥିଲେ ବୋଲେରୋ ଗାଡି । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡରୁ ହଟିଛି ପରଦା । ମାଷ୍ଟର ମାଇଣ୍ଡ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏ । ଅନୁପଙ୍କୁ ଗିରଫ କରିବା ପରେ ଆଜି ଛତିଶଗଡ ପୋଲିସ ଦେଇଛି ଚାଞ୍ଚଲ୍ୟକର ତଥ୍ୟ । କଳ୍ପନା ସିନ୍ଦୁର ମାଗିଲେ ବୋଲି ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲେ ଅନୁପ । ପଦେ କଥାରେ ତାଳି ବାଜୁଥିବା ମଣିଷ ପଛରେ ଏକ ରାକ୍ଷାସ ଲୁଚି ରହିଥିବା ଆଜି ସାମ୍ନାକୁ ଆସିଛି । ଛତିଶଗଡ଼ ରାୟଗଡ ଡବଲ ମର୍ଡର ଘଟଣାରେ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛନ୍ତି ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏ। ସେ ହିଁ ମୁଖ୍ୟ ଅଭିଯୁକ୍ତ।

anup sai arrested

ଅନୁପଙ୍କ ବିରୋଧରେ ଲାଗିଛି ଆଇପିସିର ୩୦୨, ୨୦୧, ୧୨୦-ବି ଭଳି ସଙ୍ଗୀନ ଦଫା । ଛତିଶଗଡ଼ ରାୟଗଡ଼ରୁ ୨୦୧୬ରେ ମିଳିଥିଲା ମାଆ ଓ ଝିଅଙ୍କ ମୃତଦେହ। ବୀଭତ୍ସ ଭାବେ ସେମାନଙ୍କୁ ହତ୍ୟା କରାଯାଇଥିଲା। ନିଜେ ରଡ୍‌ରେ ଆକ୍ରମଣ କରିଥିଲେ ଅନୁପ ସାଏ । ହତ୍ୟା କରିବା ପରେ ତାଙ୍କ ଊପରେ ଗାଡି ଚଢ଼ାଇ ଦେଇଥିଲେ ଅନୁପ ସାଏ । କେହି ନଚିହ୍ନିବା ଭଳି ସେମାନଙ୍କ ମୁହଁକୁ ଛେଚିି ହତ୍ୟା କରାଯାଇଥିଲା । ପୋଲିସକୁ ମୃତଦେହ ଚିହ୍ନିବାକୁ ଲାଗିଥିଲା ୮ ମାସ ।

କଳ୍ପନାଙ୍କ ସହ ଅନୁପଙ୍କ ଘନିଷ୍ଠ ସମ୍ପର୍କ ଥିଲା । ୨୦୦୫ରେ କଳ୍ପନାଙ୍କୁ ଛାଡପତ୍ର ଦେଇଥିଲେ ସ୍ୱାମୀ । ଏହାପରେ ଅନୁପଙ୍କ ସହ ମିଶିଥିଲେ କଳ୍ପନା । ୨୦୧୧ରୁ ୨୦୧୬ ମଧ୍ୟରେ ଅନୁପ ଓ କଳ୍ପନା ଲିଭ୍‌ ଇନ୍‌ରେ ରହିବାକୁ ଲାଗିଲେ । ପରେ କଳ୍ପନା ଅନୁପଙ୍କ ସ୍ତ୍ରୀ ହେବାପାଇଁ ଇଛା କରିଥିଲେ । ବାସ୍‌ ଏଇଠି ବଦଳିଯାଇଥିଲା ଅନୁପଙ୍କ ମିଜାଜ୍‌ । ରାସ୍ତାରୁ ସବୁଦିନ ପାଇଁ ହଟାଇବାକୁ କରିଥିଲେ ମର୍ଡର ପ୍ଲଟ । ଏଥିପାଇଁ ବାହାବେଦୀ ବାଛିଥିଲେ ରାୟଗଡକୁ । ଘଞ୍ଚ ଜଙ୍ଗଲ ଦେଖି କାମ ତମାମ୍‌ କଲେ ଅନୁପ । ଲୁହା ରଡରେ ପିଟିପିଟି ମାରିଦେଲେ । ଏତିକିରେ ମନ ସନ୍ତୁଷ୍ଟ ହୋଇନଥିଲା । ପରେ ନିଜ ବୋଲେରୋ ଗାଡିକୁ ମୁଣ୍ଡ ଉପରେ ଚଢ଼ାଇଦେଇଥିଲେ । ଏଭଳି ଲୋମ ଟାଙ୍କୁରା ଖବର ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.