Below header

ସରିପାରୁନି ବିଜୁ ପକ୍କା ଘର, ମୋ କୁଡ଼ିଆ ଓ ପାଇଖାନା ପ୍ରକଳ୍ପ, କାମ ସାରିବା ପାଇଁ କିନ୍ନରମାନଙ୍କ ସହଯୋଗ ଲୋଡିଲା ଯାଜପୁର ଜିଲ୍ଲା ପ୍ରଶାସନ

ଯାଜପୁର(କେନ୍ୟୁଜ୍): ଧାର୍ଯ୍ୟ ସମୟସୀମା ମଧ୍ୟରେ ବିଜୁ ପକ୍କା ଘର, ମୋ କୁଡ଼ିଆ ଓ ପାଇଖାନା ଭଳି ପ୍ରକଳ୍ପ ଶେଷ ହୋଇପାରୁନି। ଏ ସମସ୍ତ ପ୍ରକଳ୍ପ କାମ ସାରିବା ପାଇଁ କିନ୍ନରମାନଙ୍କ ସହଯୋଗ ଲୋଡିଛି ଯାଜପୁର ଜିଲ୍ଲା ପ୍ରଶାସନ। ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି । ଏଣିକି କିନ୍ନରମାନେ ଘରକୁ ଘର ବୁଲି ହିତାଧିକାରୀଙ୍କୁ ପ୍ରକଳ୍ପ କାମକୁ ସାରିବା ପାଇଁ ପରାମର୍ଶ ଦେବେ । ଏଭଳି ପଦେକ୍ଷପ ଫଳରେ କିନ୍ନରମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବ ଓ ପ୍ରଶାସନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବ। ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ କେବଳ କୋରେଇ ଓ ରସୁଲପୁର ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.