ରାଜ୍ୟ

ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩  ହଜାର ଫୁଟବଲ, ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ସ୍କୁଲ ପିଲାଙ୍କୁ ବଣ୍ଟାଯିବ ୪୩  ହଜାର ଫୁଟବଲ। ୨ ହଜାର ସ୍କୁଲରେ ବଣ୍ଟନ ହେବ ୪୩ ହଜାର ଫୁଟବଲ। ସମସ୍ତଙ୍କ ପାଇଁ ଫୁଟବଲ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍କୁଲ ପିଲାଙ୍କ ମଧ୍ୟରେ ଫୁଟବଲ ପ୍ରତି ଆଗ୍ରହ ସୃଷ୍ଟି କରାଇବା ଲକ୍ଷ୍ୟରେ ଏହି ଯୋଜନା କରିଛନ୍ତି  ମୁଖ୍ୟମନ୍ତ୍ରୀ।

ଫିଫା ଫୁଟବଲ୍ ଫର ସ୍କୁଲ୍ ହେଉଛି ସ୍କୁଲ୍‌ସ୍ତରରେ ଫୁଟବଲ୍‌ର ବିକାଶ ପାଇଁ ଏକ ପ୍ରୟାସ । ଫୁଟବଲ୍‌ର ବିକାଶ ନେଇ ଫିଫା ଜରିଆରେ ଭାରତରେ ଏଭଳି ପ୍ରୟାସ ନୂତନ ଓ ପ୍ରଥମ ଥର ପାଇଁ କରାଯାଇଛି । ଫିଫା ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୀର୍ଘ ଦିନ ଧରି ସୁସମ୍ପର୍କ ରହିଆସିଛି । ଓଡ଼ିଶାରେ ଫୁଟବଲ୍‌ର ବିକାଶ ପାଇଁ ଶ୍ର ସାମନ୍ତଙ୍କ ପ୍ରୟାସ କ୍ରମେ ଫିଫା କର୍ତ୍ତୃପକ୍ଷ କିଟ୍ ଓ କିସ୍‌ରେ ଥିବା କ୍ରୀଡ଼ା ଭିତ୍ତିଭୂମି ଦେଖିଥିଲେ । ଫଳରେ ସେମାନେ କିସ୍ ସହ ଏକ ବୁଝାମଣା କରିଥିଲେ । ଏହା ସହ ସ୍କୁଲ୍‌ସ୍ତରରେ ଫୁଟବଲ୍‌ର ବିକାଶ ପାଇଁ ଦକ୍ଷିଣ-ପୂର୍ବ ଏସିଆ ପାଇଁ ଫିଫା କିସ୍‌କୁ ନୋଡାଲ୍ ଏଜେନ୍‌ସୀ କରିଥିଲା । ଏହି ବୁଝାମଣା ଅନୁସାରେ ଫିଫା ପ୍ରଥମ ଦଫାରେ ୪୩ ହଜାର ୨ଶହ ଫୁଟବଲ୍ ବିଭିନ୍ନ ସ୍କୁଲ୍‌ରେ ବାଣ୍ଟିବା ପାଇଁ ପଠାଇଥିଲେ । (ଭିଜୁଆଲ୍‌) ଏହି ଫୁଟବଲ୍ ସବୁ ଓଡ଼ିଶାର ବିଭିନ୍ନ ସ୍କୁଲ୍‌ରେ ବଣ୍ଟନ କରାଯାଇଛି । ଏହି ପ୍ରୟାସ ପାଇଁ ଫିଫା କର୍ତ୍ତୃପକ୍ଷ ଶ୍ରୀ ସାମନ୍ତଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିବା ବେଳେ ଓଡ଼ିଶା ସରକାର ମଧ୍ୟ କିସ୍ ଓ ଶ୍ରୀ ସାମନ୍ତଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଛନ୍ତି ।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

34 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

43 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

55 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

1 hour ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

1 hour ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

1 hour ago