କ୍ରୀଡା

ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଜିତିଲା ବଧିର ଟି-୨୦ ଚାମ୍ପିୟନ୍ସ ଟ୍ରଫି, ଯୁବରାଜ ସିଂ ଜଣାଇଲେ ଶୁଭେଚ୍ଛା

ଭାରତର ବଧିର କ୍ରିକେଟ ଟିମ୍‌ ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାଙ୍କୁ ୩୯ ରନରେ ହରାଇ ବଧିର ଆଇସିସି ଟି-୨୦ ଚାମ୍ପିଅନ ହୋଇଛି। ଏହି ଟୁର୍ନାମେଣ୍ଟରେ ଗୋଟିଏ ବି ମ୍ୟାଚ ହାରିନାହିଁ ବଧିର କ୍ରିକେଟ ଟିମ୍‌। ଭାରତର ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୪୦ ରନ୍‌ କରିଥିଲା। ଏହାର ଜବାବରେ ମାତ୍ର ୧୦୧ ରନ୍‌ କରି ଅଲଆଉଟ୍‌ ହୋଇଛି । ଭାରତ ପକ୍ଷରୁ ଅଧିନାୟକ ବିରେନ୍ଦ୍ର ସଂ ଅପରାଜିତ ୫୦ ରନ୍‌ କରିଥିବା ବେଳେ ଇନ୍ଦ୍ରଜିତ ଯାଦବ ୪୦ ରନ୍‌ କରିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଡିପ୍ଲେସି ସର୍ବାଧିକ ୨୩ ରନ୍‌ କରିଥିଲେ। ଫାଇନାଲ ମ୍ୟାଚରେ ପହଞ୍ଚିବା ପୂର୍ବରୁ ପ୍ରଥମ ରାଉଣ୍ଡରେ ଅଷ୍ଟ୍ରେଲିଆ, ବାଲାଂଦେଶ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।

ଭାରତର ବଧିର କ୍ରିକେଟ ଟିମ୍‌ ଜିତିବା ପରେ ପୂର୍ବଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି। ଯୁବରାଜ ଟ୍ଵିଟ୍‌ କରି ଲେଖିଛନ୍ତି, ଶୁଭେଚ୍ଛା ଟିମ୍‌। ଆପଣମାନେ କରି ଦେଖଶଇଛନ୍ତି। ଡିଆଇସିସି ଟି-୨୦ ଚାମ୍ପିୟନ୍ସ ଟ୍ରଫି ଜିତି ଭଲ ଖେଳିଛନ୍ତି। ଆପଣମାନଙ୍କ ବିଜୟ ନିଶ୍ଚିତ ଅନ୍ୟମାନଙ୍କୁ ପ୍ରେରଣା ଦେବ । ମୁଁ ଶୁଭକାମନା ଜଣାଉଛି।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago