ଯାଜପୁର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ନିୟୋଜନ ଅଧିକାରୀ ଏବଂ ମୁଖ୍ୟ କିରାଣୀ। ୧୨ ହଜାର ୬୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଲ୍ଲା ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ମୁଖ୍ୟ କିରାଣୀ ଜିତେନ୍ଦ୍ର ସେଠୀ । ନିଜ ଅଫିସର କନିଷ୍ଠ କିରାଣୀ ଜିତେନ୍ଦ୍ର ସେଠୀଙ୍କ ଜରିଆରେ ନେଉଥିଲେ ଲାଞ୍ଚ। ଅଫିସରେ ମାସିକିଆ ଭାବେ ଲାଗିଥିବା ଗାଡ଼ି ମାଲିକଙ୍କ ଠାରୁ ସେ ନେଉଥିଲେ ଲାଞ୍ଚ।
ଲାଞ୍ଚ ଦେଲେ ଗାଡିର ବିଲ୍ କରାଇ ଦେବେ ବୋଲି କହି ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ ତାପସ ସ୍ୱାଇଁଙ୍କର ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ତିନିଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍। ଭୁବନେଶ୍ୱର ପଳାଶୁଣି କମଳାବିହାର ଫ୍ଲାଟ, ପାତ୍ରପଡାରେ ଥିବା ଦୁଇ ମହଲା ଘରେ ଚଢଉ କରୁଛି ଭିଜିଲାନ୍ସ । ସେହିପରି କଟକ ଜିଲ୍ଲା ନିଆଳିର ଅଥଙ୍ଗାରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ରେଡ୍।
କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର । ଗୋପ ସରଡ଼ା…
ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା । ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …
ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…
ମେଣ୍ଟାଲ ହେଲଥ୍ ଏବଂ ଇମୋସନ୍ ପାଇଁ ବ୍ରେକଅପ୍ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…
ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…
କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…