୧୨ ହଜାର ୬୦୦ ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଯାଜପୁର ଜିଲ୍ଲା ନିୟୋଜନ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ

ଯାଜପୁର(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ନିୟୋଜନ ଅଧିକାରୀ ଏବଂ ମୁଖ୍ୟ କିରାଣୀ। ୧୨ ହଜାର ୬୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଲ୍ଲା ନିୟୋଜନ ଅଧିକାରୀ ତାପସ କୁମାର ସ୍ୱାଇଁ ଏବଂ ମୁଖ୍ୟ କିରାଣୀ ଜିତେନ୍ଦ୍ର ସେଠୀ । ନିଜ ଅଫିସର କନିଷ୍ଠ କିରାଣୀ ଜିତେନ୍ଦ୍ର ସେଠୀଙ୍କ ଜରିଆରେ ନେଉଥିଲେ ଲାଞ୍ଚ। ଅଫିସରେ ମାସିକିଆ ଭାବେ ଲାଗିଥିବା ଗାଡ଼ି ମାଲିକଙ୍କ ଠାରୁ ସେ ନେଉଥିଲେ ଲାଞ୍ଚ।

ଲାଞ୍ଚ ଦେଲେ ଗାଡିର ବିଲ୍‌ କରାଇ ଦେବେ ବୋଲି କହି ଲାଞ୍ଚ ନେଉଥିଲେ। ଭିଜିଲାନ୍‌ସ ହାତରେ ଧରା ପଡ଼ିବା ପରେ ତାପସ ସ୍ୱାଇଁଙ୍କର ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍‌ସ । ତିନିଟି ସ୍ଥାନରେ ଯାଞ୍ଚ କରୁଛି ଭିଜିଲାନ୍‌ସ ଟିମ୍‌। ଭୁବନେଶ୍ୱର ପଳାଶୁଣି କମଳାବିହାର ଫ୍ଲାଟ, ପାତ୍ରପଡାରେ ଥିବା ଦୁଇ ମହଲା ଘରେ ଚଢଉ କରୁଛି ଭିଜିଲାନ୍‌ସ । ସେହିପରି କଟକ ଜିଲ୍ଲା ନିଆଳିର ଅଥଙ୍ଗାରେ ଥିବା ପୈତୃକ ଘରେ ମଧ୍ୟ ଚାଲିଛି ରେଡ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.