ରାଜ୍ୟ

ଗଜପତି: ପଦ୍ମପୁର ଗାଁ ହରିଜନ ସାହିର ଚିନ୍ତାଡା ରାମରାଓଙ୍କ ଦୁଃଖ କହିଲେ ନସରେ, ଆଶାବାଡି ହିଁ ଏକମାତ୍ର ସାହା

ଗଜପତି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ହରିଜନ ସାହିରେ ଚିନ୍ତାଡା ରାମରାଓଙ୍କ ଘର । ସେ ପୂର୍ବରୁ ଟ୍ରକର ହେଲପର ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ ଭାଗ୍ୟର ଖେଳ ୧୯୯୫ ମସିହାରେ ଟ୍ରକରୁ ଖସିପଡିବାରୁ ତାଙ୍କ ଅଣ୍ଟା ଭାଙ୍ଗିଗଲା ଆଉ ଦୁର୍ଭାଗ୍ୟ ସେବେ ଠାରୁ ଗରିବତା, ଅଭାବ, କଷ୍ଟ ତାଙ୍କ ପିଛା ଛାଡୁନି । ଅଣ୍ଟା ଭାଙ୍ଗିବା ପରେ ମଧ୍ୟ ଯେଣତେଣ ନିଜ ପରିବାର ଚଲାଇଲେ କିନ୍ତୁ ୨୦୧୦ମସିହାରେ ପୋଖରୀରେ  ସ୍ନାନ କରିବା ବେଳେ ଖସି ପଡିଗଲେ ଯାହା ତାଙ୍କୁ ପଙ୍ଗୁ କରିଦେଲା ।

ପାଖରେ ଟଙ୍କା ନଥିବାରୁ ଅଣ୍ଟାର ହାଡ ଗୁଣ୍ଡ ହୋଇଥିବାରୁ ବ୍ୟୟବହୁଳ ଚିକିତ୍ସା ତାଙ୍କ ପାଇଁ ଅସମ୍ଭବ। ଯାହା ଫଳରେ ସେ ଚୁପଚାପ ଦୁର୍ଭାଗ୍ୟମୟ ଜୀବନକୁ ଆପଣାଇନେଇଛନ୍ତି । ତାଙ୍କର ଅଣ୍ଟା ଭାଙ୍ଗିଗଲା ପରେ ଧିରେ ଧିରେ ତାଙ୍କ ଗୋଟିଏ ଗୋଡ ଉପରକୁ ଟାଣି ହୋଇଯାଉଛି । ଯାହାଫଳରେ ତାଙ୍କୁ ଆଶାବାଡି ବିନା ବସିବା ଉଠିବା ବି ଅସମ୍ଭବ ହୋଇପଡିଛି ।

ପ୍ରଶାସନ ତରଫରୁ ଦିବ୍ୟାଙ୍ଗ ଭତ୍ତା ସାତସହ ଟଙ୍କା ଓ ମାସକୁ ରାସନ କାର୍ଡରେ ୧୦କିଲୋ ଚାଉଳ ଚିନ୍ତାଡା ରାମାରାଓ ଓ ତାଙ୍କ ଧର୍ମପତ୍ନୀ ପ୍ରେମିକା ଚିନ୍ତାଡାଙ୍କୁ ମିଳୁଛି । ରାମାରାଓଙ୍କ ଧର୍ମପତ୍ନୀ ବାହାରେ କୁଲି ନକଲେ ପରିବାର ଚଳିବା କଷ୍ଟ । ତେବେ କୋରନା ମହାମାରୀ ଯୋଗୁଁ କାମ ମିଳୁନଥିବାରୁ ପରିବାର ଏ.ବେ ବହୁକଷ୍ଟରେ ରହିଛନ୍ତି ଏହି ପରିବାର ।

ତେବେ ଏମାନଙ୍କ କେବଳ ଗୋଟିଏ ଝିଅ ଯାହାର ବାହାଘର ମଧ୍ୟ ଏମାନେ କରିପାରିଲେ ନାହିଁ । ଝିଅର ଶାଶୁଘର ଲୋକେ ବାହାକଲେ । ସେ ମଧ୍ଯ ଗର୍ଭବତୀ ଥିବାରୁ ବର୍ତ୍ତମାନ ଆସି ଘରେ ଅଛନ୍ତି। ଯାହା ବୋଝ ଉପରେ ନଳିତା ବିଡା ଭଳି । ଏବେ ଆର୍ଥିକ ଅନାଟନ ଯୋଗୁଁ ଜୀବନ ବଞ୍ଚିବାର ରାହା ଖୋଜୁଛି ଏହି ପରିବାର । ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାର ସାହାଯ୍ଯର ହାତ ବଢାନ୍ତେ ତେବେ ଏହି ଅସହାୟ ଦମ୍ପତି ନିଜ ଅସଜଡା ଜୀବନକୁ ସଜାଡିବା ସହିତ ଆଗାମୀ ଜୀବନ ସୁରୁଖୁରୁରେ ବଞ୍ଚିପାରନ୍ତେ।

Sonalisa

Recent Posts

ଆଜିଠୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ସ୍ବାଗତ ପାଇଁ ଜନ୍ମମାଟି ଭବ୍ୟ ପ୍ରସ୍ତୁତି

ଭୁବନେଶ୍ୱର (କେନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

14 mins ago

୩ ରୁ ୪ ଦିନ ମଧ୍ୟରେ ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ, ୨୫ରୁ ବଢିବ ବର୍ଷା

ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…

28 mins ago

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

39 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

47 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

1 hour ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

1 hour ago