ରାଜ୍ୟ

ଦୁଇ ମହଲା ଛାତରୁ ଡେଇଁ ଚମ୍ପଟ ମାରିଲା ଅଭିଯୁକ୍ତ, ମୋହନା ଥାନା ପରିସରରୁ ପୋଲିସକୁ ଚକମା ଦେଲା

ମୋହନା: ଗଜପତି ଜିଲ୍ଲା ମୋହନା ଥାନା ପରିସରରୁ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଛି ଜଣେ ଗଞ୍ଜେଇ ଚୋରା ଚାଲାଣକାରୀ ଅଭିଯୁକ୍ତ l ତେବେ ତଦନ୍ତରେ ବାଧା ଉପୁଜିବା ସନ୍ଦେହରେ ଅଭିଯୁକ୍ତର ନାମ ଗୋପନ ରଖାଯାଇଥିବା କୁହାଯାଇଛି l

ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଥିବା ଏକ ଗଞ୍ଜେଇ ମାମଲାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ହେଲେ ଆଜି ଭୋର ସମୟରେ ପାଇଖାନା ଯିବା ବାହାନାରେ ଅଭିଯୁକ୍ତ ଜଣକ ଦୁଇ ଜଣ ସେଣ୍ଟ୍ରି ଏବଂ ହୋମଗାର୍ଡଙ୍କୁ ଧକ୍କା ମାରି ଥାନାର ଦୁଇ ମହଲା ଛାତ ଉପରୁ ଲମ୍ଫ ମାରି ଫେରାର ହୋଇଯାଇଛି l ତେବେ ଗଜପତିରେ ଏହା ନୂଆ ଘଟଣା ନୁହଁ, ପୂର୍ବରୁ ଆର.ଉଦୟଗିରି ଥାନାରୁ ମଧ୍ୟ ଜଣେ ମାଫିଆ ଏଭଳି ଫେରାର ହୋଇଯାଇଥିଲା, ଯାହାର ଏପର୍ଯ୍ୟନ୍ତ ପତ୍ତା ମଧ୍ୟ ମିଳିପାରିନାହିଁ l

ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସ ବିଭାଗ ଏହାକୁ ଅତି ହାଲୁକା ଭାବେ ନେଉଛି । ଅନ୍ୟପଟେ ପୋଲିସ ହେପାଜତରୁ ଚମ୍ପଟ ମାରୁଥିବା ଅଭିଯୁକ୍ତ ମାନେ ନିଜ ଚେଷ୍ଟାରେ ଯାଉଛନ୍ତି ନା ଏଥିରେ ପୋଲିସର ଭୂମିକା ରହୁଛି ତାହା ତଦନ୍ତ ସାପେକ୍ଷ । କାରଣ କିଛି ଦିନ ପୂର୍ବେ ଅଂଶୁ ନାମକ ଜଣେ ଯୁବକ ପୋଲିସ ନାମ ନେଇ ମାଫିଆଙ୍କ ସହ ସଲାସୁତାର କରୁଥିବାର ଅଡିଓ ରେକର୍ଡ଼ିଂ ଭାଇରଲ ହୋଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରିପାରିନାହଁ l ପୋଲିସ ଏବଂ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲିଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାର ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ହୋଇଛି l

Sonalisa

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

6 seconds ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

8 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

26 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

28 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago