ରାଜ୍ୟ

ଗଞ୍ଜାମ: ଦିବଙ୍ଗତ ବାପାଙ୍କ ସ୍ମୃତି ମନେ ପାକାଇବା ପାଇଁ ପୁଅଙ୍କ ମହାନ କାମ, ଶ୍ମଶାନ ଓ ରାସ୍ତାକଡ଼ରେ ପକାଇଲେ ଚେୟାର

ଗଞ୍ଜାମ(କେନ୍ୟୁଜ୍):   ମୃତ୍ୟୁ ପରେ ବାପାଙ୍କୁ ସ୍ମ୍‌ତିକୁ ମନେ ପକାଇବା ପାଇଁ କିଏ କେତେ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିର ସ୍ବର୍ଗତ ନରସିଂହ ବ୍ରହ୍ମାଙ୍କ ସାନପୁଅ ବାପାଙ୍କ ସ୍ମ୍‌ତିକୁ ମନେପକାଇବା ପାଇଁ ଏକ ନିଆରା ପଦକ୍ଷେପ  ନେଇଛନ୍ତି । ଗାଁ କୁ ପ୍ରବେଶ କରିବା ପୂର୍ବରୁ ଥିବା ଶ୍ମଶାନ, ଗାଁ ପୋଖରୀ ଏବଂ କଲେଜ ଛକରେ ବାର ଗୋଟି ଚେୟାର୍ ପକାଇଛନ୍ତି । ଆଉ ସେଥିରେ ବାପା ଙ୍କ ନାମକୁ ଲେଖି ସୃତିକୁ ମନେ ପକାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ରାସ୍ତାରେ ଯାଉଥିବା ପଥିକ ବସିବା ପାଇଁ ସୁବିଧା ହେବା ସହ ଶ୍ମଶାନକୁ ଶବ ଦାହ କରିବା ପାଇଁ ଯେତେବେଳେ ଗାଁଲୋକ ଆସିବେ ଏଠାରେ ବସିବାକୁ ସମୟ ପାଇପାରିବେ । ନରସିଂହ ବ୍ରହ୍ମା ଭୀଷ୍ମଗିରିର ଜଣେ ଆଦର୍ଶ ଶିକ୍ଷାବିତ୍ ଥିଲେ ।ତାଙ୍କ ସୁନାମ ଖେମୁଣ୍ଡି ଅଞ୍ଚଳରେ ପରିଚିତ ଥିଲା । ଏହା ସହିତ ଜଣେ ଭଲ ହୋମିଅପ୍ୟାଥିକ ଚିକିତ୍ସକ ହିସାବରେ ପରିଚିତ ଥିଲେ । ଗାଁରେ ହାଇସ୍କୁଲ ଗଠନ କରିବାରେ ଥିଲେ ମୁଖ୍ୟ ବିନ୍ଧାଣୀ ଓ  ଉତ୍ତମ ପ୍ରଧାନ ଶିକ୍ଷକ ରୂପେ  ୧୯୮୧ ମସିହାରେ ତାଙ୍କୁ  ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଥିଲା ।

ବହୁ ବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏତେ ସବୁ ସମ୍ମାନର ଅଧିକାରୀ ହୋଇଥିବା ବାପା ଙ୍କୁ ମନେ ପକାଇବା ପାଇଁ ପୁଅ ଗାଁରେ ଏହି କାର୍ଯ୍ୟ କରୁଛନ୍ତି ।ପୁଅ ବାପାଙ୍କ ଆଦର୍ଶରେ ବ୍ରହ୍ମପୁରରେ ହୋମିଅପ୍ୟାଥିକ ଚିକିତ୍ସକ ହିସାବରେ ଅଛନ୍ତି ।    ପଥିକମାନଙ୍କର  ବିଶ୍ରମ ପାଇଁ ପୁଅଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟବାସୀ ବେଶ୍ ପ୍ରଶଂସା କରିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅତ୍ୟନ୍ତ ଖୁସିରେ କଟିବ, ସାଙ୍ଗଙ୍କ ସହ ଭେଟ ହୋଇପରେ

ମେଷ : ଆପଣ ଆଜି କିଛି ଭଲ ଖବର ପାଇପାରନ୍ତି । ସାଙ୍ଗଙ୍କ ସହ ବହୁତ ଖୁସି ରହିବେ ।…

4 hours ago

ପରିବାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ, ୩ ଗୁରୁତର

 ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଭୁଇଁପୁର ଛକରେ ଜଣେ ଠିକାଦାରଙ୍କ ଭାଇ ସମେତ ତାଙ୍କର ପରିବାର…

6 hours ago

କାମଚଳା ବାଚସ୍ପତି ହେଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର : କାମଚଳା ବାଚସ୍ପତି ହେଲେ ବିଜେଡି ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜଭବନରେ ଶପଥ ପାଠ…

7 hours ago

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

9 hours ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

9 hours ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

9 hours ago