Below header

ଗଞ୍ଜାମ: ଦିବଙ୍ଗତ ବାପାଙ୍କ ସ୍ମୃତି ମନେ ପାକାଇବା ପାଇଁ ପୁଅଙ୍କ ମହାନ କାମ, ଶ୍ମଶାନ ଓ ରାସ୍ତାକଡ଼ରେ ପକାଇଲେ ଚେୟାର

ଗଞ୍ଜାମ(କେନ୍ୟୁଜ୍):   ମୃତ୍ୟୁ ପରେ ବାପାଙ୍କୁ ସ୍ମ୍‌ତିକୁ ମନେ ପକାଇବା ପାଇଁ କିଏ କେତେ ପ୍ରକାର କାର୍ଯ୍ୟକ୍ରମ କରୁଛନ୍ତି । କିନ୍ତୁ ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରିର ସ୍ବର୍ଗତ ନରସିଂହ ବ୍ରହ୍ମାଙ୍କ ସାନପୁଅ ବାପାଙ୍କ ସ୍ମ୍‌ତିକୁ ମନେପକାଇବା ପାଇଁ ଏକ ନିଆରା ପଦକ୍ଷେପ  ନେଇଛନ୍ତି । ଗାଁ କୁ ପ୍ରବେଶ କରିବା ପୂର୍ବରୁ ଥିବା ଶ୍ମଶାନ, ଗାଁ ପୋଖରୀ ଏବଂ କଲେଜ ଛକରେ ବାର ଗୋଟି ଚେୟାର୍ ପକାଇଛନ୍ତି । ଆଉ ସେଥିରେ ବାପା ଙ୍କ ନାମକୁ ଲେଖି ସୃତିକୁ ମନେ ପକାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ।chair 2

ରାସ୍ତାରେ ଯାଉଥିବା ପଥିକ ବସିବା ପାଇଁ ସୁବିଧା ହେବା ସହ ଶ୍ମଶାନକୁ ଶବ ଦାହ କରିବା ପାଇଁ ଯେତେବେଳେ ଗାଁଲୋକ ଆସିବେ ଏଠାରେ ବସିବାକୁ ସମୟ ପାଇପାରିବେ । ନରସିଂହ ବ୍ରହ୍ମା ଭୀଷ୍ମଗିରିର ଜଣେ ଆଦର୍ଶ ଶିକ୍ଷାବିତ୍ ଥିଲେ ।ତାଙ୍କ ସୁନାମ ଖେମୁଣ୍ଡି ଅଞ୍ଚଳରେ ପରିଚିତ ଥିଲା । ଏହା ସହିତ ଜଣେ ଭଲ ହୋମିଅପ୍ୟାଥିକ ଚିକିତ୍ସକ ହିସାବରେ ପରିଚିତ ଥିଲେ । ଗାଁରେ ହାଇସ୍କୁଲ ଗଠନ କରିବାରେ ଥିଲେ ମୁଖ୍ୟ ବିନ୍ଧାଣୀ ଓ  ଉତ୍ତମ ପ୍ରଧାନ ଶିକ୍ଷକ ରୂପେ  ୧୯୮୧ ମସିହାରେ ତାଙ୍କୁ  ରାଜ୍ୟପାଳ ପୁରସ୍କାର ପ୍ରଦାନ କରାଯାଇଥିଲା ।

ବହୁ ବାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଏତେ ସବୁ ସମ୍ମାନର ଅଧିକାରୀ ହୋଇଥିବା ବାପା ଙ୍କୁ ମନେ ପକାଇବା ପାଇଁ ପୁଅ ଗାଁରେ ଏହି କାର୍ଯ୍ୟ କରୁଛନ୍ତି ।ପୁଅ ବାପାଙ୍କ ଆଦର୍ଶରେ ବ୍ରହ୍ମପୁରରେ ହୋମିଅପ୍ୟାଥିକ ଚିକିତ୍ସକ ହିସାବରେ ଅଛନ୍ତି ।    ପଥିକମାନଙ୍କର  ବିଶ୍ରମ ପାଇଁ ପୁଅଙ୍କର ଏହି କାର୍ଯ୍ୟକୁ ସ୍ଥାନୀୟବାସୀ ବେଶ୍ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.