ପାରାଦ୍ବୀପର ରତ୍ନବଟପୀଠରେ ଦେଖିବାକୁ ମିଳୁଛି ଅଲୌକିକ ଘଟଣା, ଚାରିଆଡେ ବୁଲୁଛନ୍ତି ଅଜବ ଶଙ୍ଖ

ପାରାଦ୍ବୀପ: ପାରାଦ୍ବୀପର ଅଠରବାଙ୍କି ଠାରୁ ନେହେରୁ ବଙ୍ଗଳା ଯିବା ବାଟରେ ପଡେ ଲୁକ୍କାୟିତ ଅବସ୍ଥାରେ ଥିବା ଏହି ଅବହେଳିତ ରତ୍ନବଟ । ଏହି ଘଞ୍ଚ ଜଙ୍ଗଲରେ କାହିଁ କେଉଁଦିନରୁ ଏହି ରତ୍ନବଟ ଥିବାର ଏବେ ଦେଖିବାକୁ ମିଳିଛି । ଏହି ରତ୍ନବଟର ଜଗାରଖା କରୁଛନ୍ତି ଜଣେ ସାଧୁବାବା । ଏହି ସାଧୁବାବାଙ୍କ ଘର ସ୍ଥାନୀୟ ଅଞ୍ଚଳରେ ଥିବା ବେଳେ ଏଠାରେ କେହି ରାତିରେ ରୁହନ୍ତି ନାହିଁ । ତେବେ ଏଠାର ବିଶେଷତ୍ୱ ଏହି ବୃକ୍ଷ ମୂଳରେ ପଲିଥିନ୍ ଘରେ ମା ମାଡେକେଶ୍ୱରି ପୂଜା ପାଉଥିବା ନିକଟରେ ଗରୁଡ ଦେବତାଙ୍କ ମୂର୍ତ୍ତି ଏବଂ ହନୁମାନଙ୍କୁ ମୂର୍ତ୍ତି ଓ ଜଗନ୍ନଥଙ୍କ ମୂର୍ତ୍ତି ଦେଖିବାକୁ ମିଳୁଛି ।

ଏଠାରେ ଏକ ଅଲୌକିକ ଘଟଣା ମଧ୍ୟ ଦେଖିବାକୁ ମିଳିଛି, କାହିଁ କେଉଁ କାଳର ବଟ ବୃକ୍ଷ ତଳେ ଜୀବନ୍ତ ଶଙ୍ଖ ଦେଖିବାକୁ ମିଳୁଛି । ତେବେ ଗୋଟିଏ କିମ୍ବା ଦୁଇଟି ନୁହେଁ ଶହ ଶହ ସଂଖ୍ୟାରେ ଶଙ୍ଖ ବଟ ବୃକ୍ଷ ତଳେ ଚଲାବୁଲା କରୁଛନ୍ତି ଏବଂ ତାଙ୍କୁ ଉଖୁଡା,ଖଇ କିମ୍ବା ଲଡୁ ଦେଲେ ଖାଉଥିବାର ଦେଖାଯାଉଛି । ମଠ ବାବାଙ୍କ କହିବାନୁସାରେ ମାଳିକାରେ ଏହି ରତ୍ନବଟ ଉଲ୍ଲେଖ ଥିବା ବେଳେ ଯଦି ଏହାର ପୂନରୁଦ୍ଧାର କରାଯାଇପାରନ୍ତା ତେବେ ଏଠାକୁ ପର୍ଯ୍ୟଟକ ଆସନ୍ତେ ଏବଂ ଏହି ପିଠର ଅଲୌକିକ ଘଟଣାକୁ ଦେଖିପାରନ୍ତେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.