ଦହିରେ ଜୁଆଣି ମିଶାଇ ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଅନେକ ପ୍ରକାରର ଲାଭ, ଭଲହୁଏ ସାଙ୍ଘାତିକ ରୋଗ

ଅନେକ ଲୋକ ଖାଦ୍ୟ ସହିତ ନିୟମିତ ଦହି ନିଅନ୍ତି, କିନ୍ତୁ ଯେଉଁମାନେ ଏହାକୁ ଖାଇବାକୁ ପସନ୍ଦ କରନ୍ତି ନାହିଁ । ଦହିରେ ଲୁଚି ରହିଥିବା ସ୍ୱାସ୍ଥ୍ୟ ଏବଂ ସୁନ୍ଦରତାର ରହସ୍ୟ ଜାଣିବା ପରେ ସେମାନେ ମଧ୍ୟ ଏହାକୁ ପ୍ରତିଦିନ ଖାଇବା ଆରମ୍ଭ କରିବେ । ତାହେଲେ ଆସନ୍ତୁ ଜାଣିବା ଦହିର ଗୁଣ ।

  • ପ୍ରତିଦିନ ଦହି ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବଢି ଯାଇଥାଏ । ଦହିରେ ଜୁଆଣି ମିଶାଇ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ମଧ୍ୟ ଦୂର ହୋଇଥାଏ ।
  • ଖରାଦିନେ ଦହି କିମ୍ବା ଲସି ପିଇବା ଦ୍ୱାରା ପେଟର ଉତ୍ତାପ ଶାନ୍ତ ହୋଇଥାଏ । ଯଦି ଆପଣ ଏହାକୁ ପିଇବା ପରେ ବାହାରକୁ ଆସନ୍ତି ତେବେ ଅଂଶୁଘାତରୁ ବି ରକ୍ଷା ପାଇପାରିବେ ।

Yogurt dill dipping sauce | From the Grapevine

  • ଦହି ପାଚନ କ୍ଷମତା ବଢ଼ାଇଥାଏ ତାସହିତ ଏଥିରେ କ୍ୟାଲସିୟମ ଭରପୂର ହୋଇ ରହିଥାଏ । ଏହାକୁ ପ୍ରତିଦିନ ଖାଇଲେ ଅନେକ ପେଟ ରୋଗ ଭଲ ହୋଇଯାଏ ।
  • ଦହିର ଦୈନିକ ସେବନ ଥଣ୍ଡା ଏବଂ ଶ୍ୱାସ ସଂକ୍ରମଣକୁ ପ୍ରତିରୋଧ କରେ ।
  • ଅଲସର ଭଳି ରୋଗ ପାଇଁ ଦହି ବିଶେଷ ଉପକାରିତା ପ୍ରଦାନ କରିଥାଏ ।
  • ଯଦି ପାଟିରେ ଇନଫେକ୍ସନ ହୋଇଥେ ତେବେ ଦହିରେ କୁଳି କରିବା ଦ୍ୱାରା ଏହା ଭଲ ହୋଇଯାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.