ରାଜ୍ୟ

୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଓଡିଶା ପୋଲିସକୁ ପ୍ରଶଂସା କଲେ ଜେନେରାଲ ବିପିନ ରାୱତ

କେନ୍ୟୁଜ୍(ବ୍ୟୁରୋ):  ଆଇନଶୃଙ୍ଖଳା ବଜାୟ ରଖିବାରେ ଓଡ଼ିଶା ଉଚ୍ଚମାନ ହାସଲ କରିଛି। ରାଜ୍ୟରେ ଅପରାଧର ହାର ନିମ୍ନ ରହିଛି। କେନ୍ଦ୍ରୀୟ ବଳ ସହ ସମନ୍ଵୟ ରକ୍ଷା କରି ଓଡ଼ିଶା ପୋଲିସ ମାଓବାଦୀ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରିଛି। ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଚିଫ୍‌ ଅଫ ଡିଫେନ୍‌ସ ଷ୍ଟାଫ ଜେନେରାଲ ବିପିନ ରାୱତ। ଓଡ଼ିଶା ପୋଲିସ ସବୁ ଓଡ଼ିଶାବାସୀଙ୍କ ସୁରକ୍ଷା ଓ ବିଶ୍ୱାସର ସ୍ତମ୍ଭ ବୋଲି ସେ କହିଥିଲେ।

ଜେନେରାଲ ରାୱତ କହିଛନ୍ତି, ପୋଲିସ ପାୟୋନିୟର୍ସ ଅଫ ସିକ୍ୟୁରିଟି। ବିପଦ ସମୟରେ ସେମାନେ ହିଁ ପ୍ରଥମେ କ୍ରିୟାଶୀଳ ହୁଅନ୍ତି। ବର୍ତ୍ତମାନ ପରିସ୍ଥିତି ବଦଳୁଛି। ଆଞ୍ଚଳିକବାଦ, ଲୋକପ୍ରିୟ ବିରୋଧ ପ୍ରଦର୍ଶନ, ଟ୍ରେଡ ୱାର ଭଳି ଘଟଣା ଅସ୍ଥିରତା ସୃଷ୍ଟି କରୁଛନ୍ତି। ଏଭଳି ସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏପରି ସମ୍ମିଳନୀ ଭବିଷ୍ୟତର ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାକୁ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଧିକ ସାହାଯ୍ୟ କରିବ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

2 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

5 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

5 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

5 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

5 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

7 hours ago