୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଓଡିଶା ପୋଲିସକୁ ପ୍ରଶଂସା କଲେ ଜେନେରାଲ ବିପିନ ରାୱତ

କେନ୍ୟୁଜ୍(ବ୍ୟୁରୋ): ଆଇନଶୃଙ୍ଖଳା ବଜାୟ ରଖିବାରେ ଓଡ଼ିଶା ଉଚ୍ଚମାନ ହାସଲ କରିଛି। ରାଜ୍ୟରେ ଅପରାଧର ହାର ନିମ୍ନ ରହିଛି। କେନ୍ଦ୍ରୀୟ ବଳ ସହ ସମନ୍ଵୟ ରକ୍ଷା କରି ଓଡ଼ିଶା ପୋଲିସ ମାଓବାଦୀ ଚ୍ୟାଲେଞ୍ଜକୁ ସଫଳତାର ସହ ମୁକାବିଲା କରିଛି। ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ଚିଫ୍ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ। ଓଡ଼ିଶା ପୋଲିସ ସବୁ ଓଡ଼ିଶାବାସୀଙ୍କ ସୁରକ୍ଷା ଓ ବିଶ୍ୱାସର ସ୍ତମ୍ଭ ବୋଲି ସେ କହିଥିଲେ।
ଜେନେରାଲ ରାୱତ କହିଛନ୍ତି, ପୋଲିସ ପାୟୋନିୟର୍ସ ଅଫ ସିକ୍ୟୁରିଟି। ବିପଦ ସମୟରେ ସେମାନେ ହିଁ ପ୍ରଥମେ କ୍ରିୟାଶୀଳ ହୁଅନ୍ତି। ବର୍ତ୍ତମାନ ପରିସ୍ଥିତି ବଦଳୁଛି। ଆଞ୍ଚଳିକବାଦ, ଲୋକପ୍ରିୟ ବିରୋଧ ପ୍ରଦର୍ଶନ, ଟ୍ରେଡ ୱାର ଭଳି ଘଟଣା ଅସ୍ଥିରତା ସୃଷ୍ଟି କରୁଛନ୍ତି। ଏଭଳି ସ୍ଥିତିରେ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏପରି ସମ୍ମିଳନୀ ଭବିଷ୍ୟତର ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାକୁ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଧିକ ସାହାଯ୍ୟ କରିବ ।