Below header

ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର

ଭୁବନେଶ୍ୱର (କେନ୍ୟୁଜ୍‌ ) : ଓଡ଼ିଆ ଫିଲ୍ମ ଦୁନିଆଁର ଖ୍ୟାତନାମା ସଂଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଅସୁସ୍ଥ । ସେ ନିମୋନିଆରେ ପୀଡ଼ିତ ଥିବା ଯୋଗୁଁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଭତର୍ତି କରାଯାଇଛି । ତାଙ୍କ ଅବସ୍ଥା ଗୁରୁତର ବୋଲି ସୂଚନା ମିଳିଛି । ତାଙ୍କୁ ବର୍ତ୍ତମାନ ୮୪ ବର୍ଷ ବୟସ । ତାଙ୍କ କିଡନୀ କାମ କରୁନଥିବା ବେଳେ ଫୁସ୍‌ଫୁସ୍‌ରେ ମଧ୍ୟ ସମସ୍ୟା ରହିଥିବା ଜଣାପଡ଼ିଛି ।

ଓଡ଼ିଆ ସିନେମା ସହ ଆଧୁନିକ ଓ ଲଘୁ ସଂଗୀତରେ ଖୁବ୍‌ ଦକ୍ଷ ଶାନ୍ତନୁ ମହାପାତ୍ର ୧୯ ଶହରୁ ଅଧିକ ଗୀତରେ ସଂଗୀତ ଦେଇଛନ୍ତି । ୫୩ଟି ଓଡ଼ିଆ ଫିଲ୍ମ ଓ ଟେଲିଫିଲ୍ମ ସହିତ ଯାତ୍ରା ଓ ଡ୍ରାମାରେ ମଧ୍ୟ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଲତା ମଙ୍ଗେସ୍କର, ମହମ୍ମଦ ରଫି, ମାନ୍ନା ଦେ, ସୁରେଶ ଓ୍ଵଡେକର ଆଦି ଅନେକ ମୁମ୍ବାଇ କଳାକାରଙ୍କୁ ଓଡ଼ିଆ ସିନେ ଜଗତରେ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଚିଲିକା ତୀରେ, ଡୋରା, ଅଗ୍ନି ପରୀକ୍ଷା, ମେଘ ମୁକ୍ତି, ଜଗାବଳିଆ, ଗୋଲାମଗିରି ଆଦି ଅନେକ ହିଟ୍‌ ଫିଲ୍ମରେ ସଂଗୀତ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ସେହିଭଳି ବହୁ ହିଟ୍‌ ଆଧୁନିକ ଗୀତରେ ମଧ୍ୟ ସେ ଶ୍ରୋତାଙ୍କ ମନ କିଣି ନେଇଛନ୍ତି ।
ଅନେକ ପୁରସ୍କାର ଜିତିଥିବା ଶାନ୍ତନୁ ମହାପାତ୍ରଙ୍କ ସୁସ୍ଥତା ପାଇଁ ଏବେ ସାରା ଓଲିଉଡ୍‌ କାମନା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.