କେବଳ ବ୍ରଣ ଏବଂ ଷ୍ଟ୍ରେଚ ମାର୍କସ ସମସ୍ୟା ଦୂର କରି ନ ଥାଏ ଖଜୁରୀ, ବରଂ କେଶକୁ ଘନ ଏବଂ କଳା ବି କରିଥାଏ, ଜାଣନ୍ତୁ ୬ଟି ଫାଇଦା

ସାଧାରଣତଃ ଲୋକେ ଶୀତ ଦିନେ ଖଜୁରୀ ଖାଇବାକୁ ପସନ୍ଦ କରିଥାନ୍ତି। ଖଜୁରୀରେ ଏମିତି ନ୍ୟୁଟ୍ରିଏଣ୍ଟସ ରହିଛି, ଯାହାକି ସ୍ୱାସ୍ଥ୍ୟ ସହିତ ସୁନ୍ଦରତାକୁ ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏକ୍ସପର୍ଟଙ୍କ ମୁତାବକ, ଖଜୁରୀକୁ ଫରୁଟ୍ସ ସାଲାଡରେ ମିକ୍ସ କରି, ଦହିରେ ମିଶାଇ, କ୍ଷୀରରେ ଢାଳି ନଚେତ ଡ୍ରାଏଫରୁଟ୍ସ ସହିତ ଖାଇ ପାରିବେ। ଆସନ୍ତୁ ଜାଣିବା କ’ଣ ରହିଛି ଖଜୁରୀର ଫାଇଦା।
୧. ଖଜୁରୀ ଖାଇଲେ ଶରୀରର ଟକସିନ୍ସ ଦୂର ହୋଇଥାଏ। ଏହାଦ୍ୱାରା ଚେହେରାର ଗ୍ଲୋ ବଢ଼ିଥାଏ।
୨. ଏଥିରେ ପେଣ୍ଟଥେନିକ ଏସିଡ ରହିଛି। ଏହାଦ୍ୱାରା ଡେଡ ସ୍କିନ ବାହାରି ଯାଇଥାଏ। ଚେହେରାର ଚମକ ବଢ଼ିଥାଏ।
୩. ଖଜୁରୀରେ ଭିଟାମିନ ସି ରହିଥାଏ, ଯଦ୍ଦ୍ୱାରା ସ୍କିନ ଟାଇଟ ରହିଥାଏ। ରିଙ୍କଲସରୁ ଛୁଟକାରା ମିଳିଥାଏ।
୪. ଏଥିରେ ଥିବା ଭିଟାମିନ ବି ଯୋଗୁ ବ୍ରଣ, ନାଲି ବ୍ରଣ ଏବଂ ଷ୍ଟ୍ରେଚ ମାର୍କସ ଦୂର ହୋଇଥାଏ।
୫. ଖଜୁରୀରେ ଜିଙ୍କ ପର୍ଯ୍ୟାପ୍ତ ମାତ୍ରାରେ ରହିଛି। ପ୍ରତିଦିନ ଖଜୁରୀ ଖାଇଲେ କେଶ ଘନ ଏବଂ କଳା ହୋଇଥାଏ।
୬. ଏଥିରେ ଆଇରନ ବି ରହିଛି, ଯଦ୍ଦ୍ୱାରା ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ଏବଂ କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ।