Below header

ଗୋଷ୍ଠୀ ସଂଘର୍ଷର ଭୟଙ୍କର ରୂପ; ଗାଁ ଦାଣ୍ଡରେ ଏସିଡ୍‌ ଫିଙ୍ଗା ଓ ବୁଲିଲା ଠେଙ୍ଗା, ପାଳଗଦାରେ ଲାଗିଲା ନିଆଁ

ଗୋପ (କେ ନ୍ୟୁଜ୍‌) : ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଆଳଙ୍ଗପୁର ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ଏହି ସମୟରେ ଏସିଡ୍ ମାଡ ହେବା ସହ ପାଳଗଦାରେ ନିଆଁ ଲଗାଇ ଦେଇଛନ୍ତି ଲୋକେ । ଗଣ୍ଡଗୋଳ ଏଭଳି ସ୍ତରକୁ ଯାଇଥିଲା ଯେ ପରସ୍ପର ଘର ଉପରକୁ ଟେକା ପଥର ମାଡ଼ ସହ ଗାଁ ଦାଣ୍ଡରେ ଠେଙ୍ଗା ବୁଲିଲା । ଖବର ପାଇ ଅସ୍ତରଙ୍ଗ ଥାନା ପୋଲିସ ଆଳଙ୍ଗପୁର ଗାଁରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଛି ।

ASTARANGA ATTACK-2

ମିଳିଥିବା ଖବରରୁ ପ୍ରକାଶ ଯେ ଆଳଙ୍ଗପୁର ଗାଁର ଈଶ୍ୱର ବିଶ୍ୱାଳ ଓ ଶଙ୍କର ସ୍ୱାଇଁଙ୍କ ପରିବାର ମଧ୍ୟରେ ଆଗରୁ ଜମିଜମା ବିବାଦ ଥିଲା । ଘଟଣାର ସମାଧନ ନହେବାରୁ ଈଶ୍ୱର ବିଶ୍ୱାଳ ଶଙ୍କର ଉପରେ ଏସିଡ ମାଡ଼ କରିଥିବା ଶଙ୍କର ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଶଙ୍କରଙ୍କ ମୁହଁ, ହାତ, ପିଠି ପୋଡ଼ି ଯାଇଛି । ତାଙ୍କୁ ଚାରିଛକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ଶଙ୍କରଙ୍କ ସମର୍ଥକମାନେ ଈଶ୍ୱରଙ୍କ ଘର ଉପରକୁ ଟେକା ପଥର ମାଡ କରିବା ସହ ଠେଙ୍ଗା ଧରି ଗାଁ ଦାଣ୍ଡରେ ଆତଙ୍କ ସୃଷ୍ଟି କରିଥିଲେ ।

ASTARANGA ATTACK-3

ଏହି ଦୃଶ୍ୟ ଏବେ ସାରା ଅଞ୍ଚଳରେ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି । ଈଶ୍ୱର ଘର ଆଗରେ ଏକ କୁଟାଗଦା ଜଳୁଥିବା ଦେଖିବାକୁ ମିଳୁଛି । ସେପଟେ ଈଶ୍ୱର ବିଶ୍ୱାଳଙ୍କୁ ପୋଲିସ୍‌ ଥାନାରେ ଅଟକ ରଖିଛି । ଏହି ଘଟଣାରେ ଦୁଇ ଗୋଷ୍ଠୀ ପରସ୍ପର ଉପରେ ଦୋଷ ଲଦୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.