ପିରିୟଡ୍ସ ଦିନରେ ମହିଳାମାନେ ଭୁଲରେ ବି କରିବା ଉଚିତ ନୁହେଁ ଏହି ୫ଟି କାମ, ବଢ଼ିଯାଇଥାଏ ସମସ୍ୟା

ପିରିୟଡ୍ସ ଚାଲିଥିବା ବେଳେ ମହିଳାମାନେ ଅନେକ ସମସ୍ୟାରେ ପଡ଼ିଥାନ୍ତି। ତଳି ପେଟ ଯନ୍ତ୍ରଣା ସାଙ୍ଗକୁ ମୁଡରେ ପରିବର୍ତ୍ତନ ବି ଏହି ସମୟରେ ଦେଖାଦେଇଥାଏ। ଯେପରି ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ମାସିକ ଧର୍ମ ଚାଲିଥିବା ବେଳେ ମହିଳାମାନେ ନିଜ ପାର୍ଟନରଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିବାକୁ ବି ଇଚ୍ଛା ପ୍ରକାଶ କରିଥାନ୍ତି। କାହିଁକି ନା, ସେମାନଙ୍କ ଭିତରେ ଦ୍ରୁତ ଗତିରେ ହର୍ମୋନ ପରିବର୍ତ୍ତିତ ହେଉଥାଏ।

କୁହାଯାଏ, ୯୦ ପ୍ରତିଶତ ମହିଳା ଏହି ଦିନମାନଙ୍କରେ ଧୌର୍ଯ୍ୟର ସହିତ ଆଗକୁ ବଢ଼ିବା ଉଚିତ ଏବଂ ନିଜ ମୁଡକୁ ଠିକ ରଖିବା ଉଚିତ। ଯଦି ଆପଣ ବି ପିରିୟଡ୍ସ ଯନ୍ତ୍ରଣା ଭୋଗୁଥିବେ, ତ ଆମେ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ।

workout

୧. ଜିମ ଯିବା ବନ୍ଦ କରନ୍ତୁ ନାହିଁ: ବ୍ୟାୟାମ କଲେ କ୍ରାମ୍ପ ଏବଂ ଶରୀର ଯନ୍ତ୍ରଣା ଦୂର ହୋଇଥାଏ। ଯଦି ଆପଣ ୱାର୍କ ଆଉଟ ଛାଡ଼ିଦେବେ, ତା’ହେଲେ ଆଳସ୍ୟ ଲାଗିବ ଏବଂ କ୍ରାମ୍ପ ବଢ଼ିଯିବ।

୨. ଡାୟରୀ ପ୍ରଡକ୍ଟରୁ ଦୂରେଇ ରୁହନ୍ତୁ: ତଳି ପେଟ ଯନ୍ତ୍ରଣା ଦୂର କରିବା ପାଇଁ କ୍ୟାଲସିୟମ ବହୁତ ଜରୁରୀ। କିନ୍ତୁ ସବୁ ଡାୟରୀ ପ୍ରଡକ୍ଟ ସ୍ୱାସ୍ଥ୍ୟପ୍ରଦ ହୋଇ ନ ଥାଏ। କାରଣ, ଏହା କ୍ରାମ୍ପ ସୃଷ୍ଟି କରିଥାଏ। ତେଣୁ ଏହି ଦିନମାନଙ୍କରେ ଆପଣଙ୍କୁ କେବଳ ବାଦାମ କ୍ଷୀର ପିଇବା ଉଚିତ। ଏଥିରେ ଅଧିକ ପରିମାଣରେ କ୍ୟାଲସିୟମ ରହିଛି।

dairy

୩. ଭୋଜନ ଛାଡ଼ନ୍ତୁ ନାହିଁ: ପିରିୟଡ୍ସ ଦିନରେ ଭୋଜନ ଛାଡ଼ନ୍ତୁ ନାହିଁ। ଏହାଦ୍ୱାରା ପେଟରେ ଏସିଡିଟି ହୋଇପାରେ। କ୍ରାମ୍ପ ହେବା ସହିତ ଗ୍ୟାସ ଏବଂ ପେଟ ଯନ୍ତ୍ରଣା ବି ହୋଇପାରେ।

୪. ଅସୁରକ୍ଷିତ ସମ୍ଭୋଗ: ପିରିୟଡ୍ସ ଚାଲିଥିବା ବେଳେ ଅସୁରକ୍ଷିତ ସମ୍ଭୋଗରୁ ଦୂରେଇ ରୁହନ୍ତୁ। କାରଣ, ଏହା ଅସ୍ୱାସ୍ଥ୍ୟକର, ଅପରିଷ୍କାର ଏବଂ ଆପଣଙ୍କୁ ପ୍ରେଗନାଣ୍ଟ ବି କରିପାରେ।

Adult men over eating fast food

୫. ଅଧିକ ଖାଆନ୍ତୁ ନାହିଁ: ଏହି ଦିନେ ଅଧିକ ଖାଆନ୍ତୁ ନାହିଁ। କାରଣ, ଏହାଦ୍ୱାରା ଓଜନ ବଢ଼ିଥାଏ ଏବଂ ଅଳସୁଆ ଲାଗିଥାଏ।

You might also like